ରାଜ୍ୟରେ ବନ୍ୟା ସମ୍ଭାବନା ନାହିଁ, ଆବଶ୍ୟକ ପଡିଲେ ଆହୁରି ଗେଟ୍ ହେବ ବନ୍ଦ; ଜଳ ସମ୍ପଦ ସଚିବ

ଭୁବନେଶ୍ବର : ରାଜ୍ୟରେ ବନ୍ୟାସ୍ଥିତିକୁ ନେଥ ଜଳ ସମ୍ପଦ ସଚିବ ପ୍ରତୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଛି । ସବୁ ନଦୀରେ ଜଳସ୍ତର କମିବାରେ ଲାଗିଛି । ତେଣୁ ବଡ ଧରଣର ବନ୍ୟାର ଆଶଙ୍କା କରାଯାଉନାହିଁ । ଗୁରୁବାର ହୀରାକୁଦ ଡ୍ୟାମରୁ ୨୦ଟି ଗେଟ୍ ଖୋଲାଯାଇ ୩.୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ​ବେଳେ ଶୁକ୍ରବାର ସେଥି ମଧ୍ୟରୁ ୧୦ଟି ଗେଟ୍‌ କୁ ବନ୍ଦ କରି ଦିଆଯାଇଛି । ସେହିଭଳି ଗତକାଲି ଦୀରାକୁଦ ଛାଡିଥିବା ପାଣି ଆଜି ମୁଣ୍ଡଳିରେ ପହଞ୍ଚିବ । ସେଠାରୁ ସାଢେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ହୀରାକୁଦ ଗେଟ୍ ବନ୍ଦ କରାଯାଇଥିବାରୁ ବନ୍ୟାର ସମ୍ଭାବନା ନାହିଁ । ଆବଶ୍ୟକ ପଡିଲେ ହୀରାକୁଦ ଡ୍ୟାମର ଆହୁରି ଗେଟ୍‌କୁ ବନ୍ଦ କରିଦିଆଯିବ । ଆଜି ସନ୍ଧ୍ୟା ସୁଦ୍ଧା ସବୁ କିଛି ସ୍ବାଭାବିକ ହୋଇଯିବ ବୋଲି ଜଳ ସମ୍ପଦ ସଚିବ ପ୍ରତୀପ ଜେନା କହିଛନ୍ତି

Comments are closed.