ଯୌତୁକ ମାଗିବାରୁ ବରର ଚୁଟି କାଟି ଦେଲେ କନ୍ୟା ପରିବାର

0

ଲକ୍ଷ୍ନୌ: ଅଧିକ ଯୌତୁକ ମାଗିବାରୁ କନ୍ୟା ଘର ପରିବାର ଲୋକେ ଅତିଷ୍ଠ ହୋଇ ଜୋରଜବରଦସ୍ତ ବର, ବରର ବାପା ଓ ଭାଇର ଚୁଟି କାଟି ଦେଇଛନ୍ତି। ଉତ୍ତରପ୍ରଦେଶର କୁରାମନଗରରେ ଘଟିଛି ଏଭଳି ଘଟଣା। ବର ଘର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇଛି।
ଜଣେ ପରିବା ବିକ୍ରେତାଙ୍କ ଝିଅ ସହିତ ସେହି ଗ୍ରାମର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। କିନ୍ତୁ ପ୍ରତିଦିନ ବର ପକ୍ଷରୁ ଯୌତୁକ ଦାବି ବଢ଼ୁଥିଲା। ଯୌତୁକ ଦେବା ପାଇଁ କନ୍ୟା ଘର ପକ୍ଷରୁ ଅସାମର୍ଥ୍ୟ ପ୍ରକାଶ କରିବାରୁ ବର ଘର ପକ୍ଷରୁ ବିବାହ ପ୍ରସ୍ତାବ ଭାଙ୍ଗି ଦିଆଯାଇଥିଲା। ଏହାପରେ କନ୍ୟା ଘର ଉତ୍‍କ୍ଷିପ୍ତ ହୋଇ ଉପରୋକ୍ତ କାଣ୍ଡ ଘଟାଇଥିବା କୁହାଯାଉଛି।

Leave A Reply