ଯୁବତୀଙ୍କୁ ଦୁଃଷ୍କର୍ମ, ଅଭିଯୁକ୍ତ ଗିରଫ

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମର ଜଣେ ଯୁବତୀଙ୍କୁ ଗତକାଲି ରାତିରେ ସେହିଗ୍ରାମର ଜଣେ ବିବାହିତ ଯୁବକ ରାସ୍ତା ଉପରୁ ଟେକିନେଇ ଦୁଃଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

 

ଗତକାଲି ରାତିରେ ଅଟ୍ରି ଗ୍ରାମର ଜଣେ ଯୁବତୀ ବାଘମାରିରୁ ଚାଲି ଚାଲି ନିଜ ଗ୍ରାମ ଅଟ୍ରିକୁ ଯାଉଥିଲେ। ସେହି ସମୟରେ ସେହି ଗ୍ରାମର ନୀଳାମ୍ବର ମାଝୀଙ୍କ ବିବାହିତ ପୁଅ ଟୁନା ମାଝୀ(୩୦)  ଯୁବତୀଜଣକ ଏକାକୀ ଯାଉଥିବାର ସୁଯୋଗ ନେଇ ତାକୁ ଏକ ନିଛାଟିଆ ଜାଗାକୁ ଟେକିନେଇ ଦୁଷ୍କର୍ମ କରିଥିଲା। ଏ ସଂକ୍ରାନ୍ତରେ ଯୁବତୀ ଜଣକ ତା’ର ପରିବାର ଲୋକମାନଙ୍କୁ କହିଥିଲେ। ଏହାପରେ ଯୁବତୀଙ୍କ ପରିବାର ଲୋକେ ଟୁନା ମାଝୀ ଦୁଃଷ୍କର୍ମ କରିଥିବା ନେଇ ବାଘମାରୀ ଥାନାରେ ଅଭିଯୋଗ କରିଥିଲେ l ଥାନା ଅଧିକାରିଣୀ ପ୍ରଣିତl ପଟ୍ଟନାୟକ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।

Comments are closed.