ଯାଜପୁର ରେ ଫୋନି ର ତାଣ୍ଡବ ରେ ୨ଜଣ ମୃତ ।

ଯାଜପୁର(): ଯାଜପୁର ଜିଲ୍ଲାରେ ଜାରି ରହିଛି ଫନିର ତାଣ୍ଡବ,ପ୍ରବଳ ପବନ ସହିତ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡିବା ଫଳରେ ଗମନାଗମନ ବନ୍ଦ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ,ଏନ ଡି ଆର ଏଫ ଓ ଓଡ୍ରାଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ଯାଜପୁର ବ୍ଲକ ଅଧିନସ୍ତ ସୁଜନପୁର ଗ୍ରାମରେ ଗଛ ପଡି ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରଘୁନାଥ ପରମାଣିକଙ୍କ ପୁଅ କଳ୍ପତରୁ (୧୪)। କଳ୍ପତରୁ ପବନ ବର୍ଷା କମିଲା କି ନାହିଁ ଦେଖିବା ପାଇଁ ଘରୁ ବାହାରି ଥିବା ସମୟରେ ଗଛଟି ତାଉପରେ ପଡ଼ିଯାଇଥିଲା ।ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ସେହିପରି ବିଂଝାରପୁର ଥାନା କଣ୍ଟିପୁର ଗାଁ ରେ ନଡ଼ିଆ ଗଛ ଭାଙ୍ଗି ଜଣେ ମୃତ ।ମୃତକ ହେଲେ ଗୌରାଙ୍ଗ ଦାସ।G

Comments are closed.