ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଶଂସା କରିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ ଯୋଗେ ରବିବାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବିଶ୍ୱ କପ ହକି ଦେଖିବା ପାଇଁ ସେ କ୍ରୀଡ଼ାପ୍ରେମୀଙ୍କୁ ଆହ୍ୱାନ ଦେବା ଏବଂ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ପ୍ରଶଂସା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲୋକମାନଙ୍କୁ ଭୁବନେଶ୍ୱର ଯାଇ ବିଶ୍ୱ କପରେ ଭାଗ ନେଇଥିବା ସବୁ ଦଳକୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ସମଗ୍ର ବିଶ୍ୱବାସୀଙ୍କୁ ସ୍ୱାଗତ କରିବାକୁ ଅପେକ୍ଷାରତ ଥିବା ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ନିଜସ୍ୱ ଗୌରବପୂର୍ଣ୍ଣ ଇତିହାସ ଏବଂ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଥିବା କହିଥିବା ବେଳେ ରାଜ୍ୟର ଜନସାଧାରଣ ଖୁବ ଉତ୍ସାହୀ ବୋଲି ପ୍ରକାଶ କରିଥିଲେ।

Leave A Reply