ମୁମ୍ବଇକୁ ବ୍ୟାପିଲା ମରାଠା ସଂରକ୍ଷଣ ତାତି

0

ପୁଲିସ ଜିପ ଓ ବସ୍‌ ପୋଡ଼ିଲେ ବିକ୍ଷୋଭକାରୀ, ମୁମ୍ଇ-ପୁନେ ରାଜପଥ ଅବରୋଧ

ମୁମ୍ବଇ: ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ଆରମ୍ଭ କରିଥିବା ବିକ୍ଷୋଭର ତାତି ମୁମ୍ବଇରେ ପହଞ୍ଚିଛି। ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବଇ ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁଁ ଅନେକ ସ୍ଥାନରେ ଗାଡ଼ି ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୋକାନ ବଜାର ପ୍ରାୟତଃ ବନ୍ଦ ଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା କୁହାଯାଉଛି। ବିକ୍ଷୋଭକାରୀମାନେ ବସ୍‌ ପୋଡ଼ି ଦେଇଥିବା ବେଳେ ମୁମ୍ବଇ-ପୁନେ ରାଜପଥ ଅବରୋଧ କରିଛନ୍ତି। କେତେଜଣ ବିକ୍ଷୋଭକାରୀ ପୁଲିସ ଜିପ୍‌ରେ ନିଅାଁ ଲଗାଇ ଦେଇଥିବା ଖବର ମିଳିଛି।
ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ହିଂସା ଦେଖାଦେଇଥିଲା। ଗତ ମଙ୍ଗଳବାର ମହାରାଷ୍ଟ୍ର ବନ୍ଦ ବେଳେ ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ଶତାଧିକ ଗାଡ଼ି ଭାଙ୍ଗିରୁଜି ଯାଇଥିଲା। ଏକାଧିକ ଗାଡ଼ିରେ ବିକ୍ଷୋଭକାରୀମାନେ ନିଅାଁ ଲଗାଇ ଦେଇଥିଲେ। ଆତ୍ମହତ୍ୟା ଉଦ୍ୟମ କରିଥିବା ତିନିଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଜଣେ ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।
ମୁମ୍ବଇରେ ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହେବା ପାଇଁ ସବୁପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମୁମ୍ବଇ ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନକାରୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ ଆମନ୍ତ୍ରଣ କରିଛନ୍ତି

Leave A Reply