ମହଙ୍ଗା ହେବ ଗାଡ଼ି ବୀମା

0

ମୁ୍‍ମ୍ବଇ: ଆସନ୍ତା ୧ ତାରିଖରୁ ନୂଆ ଗାଡ଼ି କିଣୁଥିବା ଗ୍ରାହକମାନେ ବୀମା ପ୍ର୍ରିମିୟମ ବାବଦରେ ଅଧିକ ଟଙ୍କା ଦେବେ। ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ)ର ନିର୍ଦେଶ ଅନୁଯାୟୀ, ବୀମା କମ୍ପାନୀମାନେ ନୂଆ କାର ପାଇଁ କେବଳ ୩ ବର୍ଷିୟା ଓ ଦୁଇ ଚକିଆ ଯାନ ପାଇଁ କେବଳ ୫ ବର୍ଷିୟା ବୀମା ଯୋଜନା ଘୋଷଣା କରି ପାରିବେ। ତେଣୁ ସ୍ୱାଭାବିକ ଭାବରେ ବୀମା କମ୍ପାନୀମାନେ ଦୀର୍ଘମିଆଦୀ ଯୋଜନା ପାଇଁ ଅପେକ୍ଷାକୃତ ଅଧିକ ପ୍ରମିୟମ ଲାଗୁ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ଆଇଆରଡିଏ ଉପରୋକ୍ତ ବିଜ୍ଞପ୍ତି ଜାରି କରିଛି। ଅବଶ୍ୟ ୧୦୦୦ ସିସିରୁ କମ୍‍ କ୍ଷମତା ବିଶିଷ୍ଟ କାର ଓ ୭୫ ସିସିରୁ କମ୍‍ କ୍ଷମତା ବିଶିଷ୍ଟ ମୋଟର ସାଇକେଲ୍‍ କ୍ରେତାଙ୍କ ପାଇଁ କିଛିଟା ଆଶ୍ୱସ୍ତିି ମିଳିଛି। ସେହି ସବୁ ଗାଡ଼ି ମାଲିକମାନେ ଦୀର୍ଘ ମିଆଦୀ ବୀମା ଯୋଜନା ଓ ତୃତୀୟ ପକ୍ଷ ବୀମା କିସ୍ତି ନବୀକରଣ ଜନିତ ଖର୍ଚ୍ଚରୁ ରକ୍ଷା ପାଇପାରିବେ।

Leave A Reply