ମହଙ୍ଗା ଭତ୍ତା ୨ % ବୃଦ୍ଧି କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ମହଙ୍ଗା ଭତ୍ତାରେ ୨% ବୃଦ୍ଧି ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୪୮.୪୧ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୨.୦୩ ଲକ୍ଷ ପେନସନ୍‍ଭୋଗୀ ଉପକୃତ ହେବେ। ୨୦୧୮, ଜୁଲାଇ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏହାପରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ଭୋଗୀମାନେ ସେମାନଙ୍କ ମୂଳ ଦରମାର ୯% ଡିଏ ବା ମହଙ୍ଗା ଭତ୍ତା ଆକାରରେ ପାଇବେ। ଏହାଦ୍ୱାରା ରାଜକୋଷ ଉପରେ ବାର୍ଷିକ ୬,୧୧୨.୨୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

Leave A Reply