ମରୁଭୂମିରେ ଟମାଟୋ ଚାଷ

0

ବିଜ୍ଞାନ ନିଜ ଚମତ୍କାରିତାରେ ସଂଖ୍ୟାଧିକ କିମିଆ ଇତିମଧ୍ୟରେ କରିସାରିଛି। ମରୁଭୂମିରେ ଟମାଟୋ ଚାଷ ଏହାର ଏକ ଉତ୍ତମ ଉଦାହରଣ ବୋଲି ଗବେଷକଙ୍କ ମତ। ଅଷ୍ଟ୍ରେଲିଆର ନ୍ୟୁ-ସାଉଥ୍‌ ୱେଲସ୍‌ ଅଞ୍ଚଳ ଏକ ମରୁଭୂମି, ଗତ କିଛି ବର୍ଷ ମଧ୍ୟରେ ଏଇ ଅଞ୍ଚଳ ଏକରକମ ଜନଶୂନ୍ୟ ହୋଇଗଲାଣି। କାରଣ ଚାଷ କରୁଥିବା ଲୋକଙ୍କ ବେଉସା ବୁଡ଼ିଗଲା। ସଂଖ୍ୟାଧିକ କୃଷକ ୱେଲସ୍ ଅଞ୍ଚଳରୁ ସହର ଆଡ଼କୁ ମୁହାଁଇଲେ। ହେଲେ ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆର ଏକ ନାମୀ କମ୍ପାନୀ ସାଉଥ୍‌ ୱେଲସ୍‌ଠାରୁ ୧ହଜାର କିମି ଦୂରରେ ଅବସ୍ଥିତ ଅଗସ୍ତା ନିକଟରେ ଟମାଟୋ ଚାଷ ଆରମ୍ଭ କରି ସଫଳ ହୋଇପାରିଛନ୍ତି। କମ୍ପାନୀର ଯୁବ ଉଦ୍ୟୋଗୀମାନେ ଏଭଳି ପଦକ୍ଷେପ ନେବାକୁ ଉତ୍ସାହିତ ଥିଲେ। ଏଣୁ ପ୍ରାକ୍-ଯୋଜନା ପ୍ରସ୍ତୁତ କରି ସେମାନେ କାର୍ଯ୍ୟ ଆରମ୍ଭ କଲେ। ଲମ୍ବା ପାଇପଲାଇନ୍ ଉପଯୋଗରେ ସମୁଦ୍ରରୁ ଦୈନିକ ୧୦ଲକ୍ଷ ଲିଟର କ୍ଷାର ପାଣିକୁ ବିଶୋଧିତ କରାଯାଇ ପାନୀୟ ପାଣିରେ ରୂପାନ୍ତର କରାଯାଏ। ମିଳିଥିବା ତଥ୍ୟ ଅନୁସାରେ, ଏହି ଚାଷ ଜମିରୁ ୧୮ହଜାର ଟନ୍ ଟମାଟୋ ଉତ୍ପାଦିତ ହୁଏ। ସୋଲାର୍ ପାୱାର ସହାୟତାରେ ଏଠାରେ ସବୁକିଛି ପରିଚାଳିତ ହେଉଛି। କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରୋଜେକ୍ଟରୁ ମାସିକ ଲକ୍ଷାଧିକ ଟଙ୍କା ଆୟ ହେଉଥିବାର ପ୍ରକାଶ।

Leave A Reply