ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ପାଇଲଟିଂ ଗାଡି ଦୁର୍ଘଟଣା ଗ୍ରସ୍ତ ୨ପୁଲିସ କର୍ମଚାରୀ ଗୁରୁତର

0

ରାୟଗଡା; ରାୟଗଡାରେ ୭୨ ତମ ସ୍ୱାଧୀନତା ଦିବସ ପାଳନ ଜିଲ୍ଲା ସ୍ତରୀୟ ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା। ଏହି ଉତ୍ସବ ଶେଷ ହେବା ପେର ମନ୍ତ୍ରୀଙ୍କୁ  ପାଇଲଟିଂ କରି ଛାଡିବା ପାଇଁ ଯାଇଥିବା ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମନ୍ତ୍ରୀଙ୍କୁ ଛାଡି କରି ଫେରିବା ବେଳେ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାରେ ଥିବା ଜମାଦେଇ ପେଣ୍ଠରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା  ।

ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ରକ୍ଷା କରିବାକୁ ଯାଇ  ପାଇଲଟିଂ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ଗାଡିର ଚାଳକ ଦୀପକ କୁମାର ପରିଡା ଓ କନେଷ୍ଟବଳ ଆଦିତ୍ୟ କୁମାର ଚୌଧୁରୀ ଗୁରୁତର ହୋଇଛନ୍ତି । ଅନ୍ୟ ୩ ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ପାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply