ମଦ ଦୋକାନ ଉପରକୁ ବୋମାମାଡ଼

0

ଗୋପ: କୋଣାର୍କ-କାକଟପୁର ରାସ୍ତାର ବସ୍‍ଷ୍ଟାଣ୍ଡ ନିକଟରେ ଥିବା ସରକାରୀ ମଦ ଦୋକାନ ଉପରକୁ ବୋମା ମାଡ଼ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ବୋମା ମାଡ଼ରେ ଏଠାରେ କାମ କରୁଥିବା ରତ୍ନାକର ସାହୁ ଆହତ ହୋଇଥିବାବେଳେ ଅନ୍ୟ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ କୋଣାର୍କ ଥାନାରେ ଗତକାଲି ରତ୍ନାକର ସାହୁ ଅଭିଯୋଗ ଦେଇଥିଲେ। ଅଭିଯୋଗ ଅନୁଯାୟୀ ରାଉଳପାଟଣା ନଳାମୁହଁ ଗ୍ରାମର ଲକ୍ଷ୍ମୀଧର ପଣ୍ଡା ପୂର୍ବ ଶତ୍ରୁତାରୁ ଆକ୍ରମଣ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମଦ ଦୋକାନକୁ ନିଆଁ ଲଗାଇ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। କୋଣାର୍କ ପୁଲିସ ଅଭିଯୋଗ ପାଇବାର ୨୪ ଘଣ୍ଟା ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କୁ ପଚାରିବାରେ ସେ କୁହନ୍ତି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଥାନା ପକ୍ଷରୁ ଏକ ଟିମ୍‍ ଗଢ଼ା ଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

Leave A Reply