ମଣିଶଙ୍କର ଆୟରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

0

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି। କଂଗ୍ରେସ ଶୃଙ୍ଖଳା କମିଟିର ସୁପାରିସ କ୍ରମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି। ୨୦୧୭ ଡିସେମ୍ବର ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ମଣିଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଜାତିଆଣ ଆକ୍ଷେପ କରିଥିଲେ। ଏହାପରେ ବିଜେପି ପକ୍ଷରୁ କଂଗ୍ରେସକୁ ସମାଲୋଚନା କରାଯାଇଥିଲା। ତତ୍କାଳୀନ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କ ତାଗିଦ ପରେ ମଣିଶଙ୍କର ତାଙ୍କର ମନ୍ତବ୍ୟ ପାଇଁ ଟ୍ୱିଟରରେ କ୍ଷମାପ୍ରାର୍ଥନା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା।

Leave A Reply