ମଙ୍ଗଳବାର ରାଶିଫଳ

0

ମେଷ: ଆୟ ଆଶାନୁରୂପ ହୋଇପାରେ। ବନ୍ଧୁ ଓ ସରକାରୀ ସହାୟତାରେ ଲାଭବାନ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ସଂଗ୍ରାମରେ ବିଜୟୀ ହେବେ। ମାଲିମୋକଦମା ରାୟ ଆପଣଙ୍କ ସପକ୍ଷରେ ଯାଇ ଧନଲାଭ ହେବ।

ବୃଷ: କାର୍ଯ୍ୟ ବାଧା-ବିଘ୍ନ ଉପୁଜିପାରେ। ଥଣ୍ଡା-କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ସାମୟିକ ଭାବେ ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହେବେ।

ମିଥୁନ: ସଂପର୍କ ଦୃଢ଼ୀଭୂତ ହେବ। ରୋଜଗାର ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଲୋକପ୍ରିୟ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ।

କର୍କଟ: ମା’ଙ୍କର ସ୍ବାସ୍ଥ୍ୟ ହାନି ଘଟିପାରେ। କର୍ମ ଚଞ୍ଚଳ ରହିପାରନ୍ତି। କୁଳଦୀପକ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

ସିଂହ: ଗୁରୁଜନଙ୍କ କାର୍ଯ୍ୟ କଳାପରେ ବ୍ୟଥିତ ହୋଇପାରନ୍ତି। ଭ୍ରମଣ ଯୋଗ ଅଛି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ବିଦ୍ବାନ ଓ ସାହସୀ ହେବେ।

କନ୍ୟା: ଅତି ସହଜରେ ସହାୟତା ମିଳିବ। ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିପାରେ। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସତର୍କତାର ଦିନଟି ଆଜି।

ତୁଳା: ବନ୍ଧୁ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆଗ୍ରହୀ ହେବେ। ମନରେ ଅହଂଭାବ ଜାତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ। ସୁବର୍ଣ୍ଣାଦିଯୁକ୍ତ ହେବେ।

ବିଛା: ଭାଇମାନଙ୍କ ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳ-କଳ, କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିବେ। ଦୁଶ୍ଚିନ୍ତାମୁକ୍ତ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବ।

ଧନୁ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ। ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। କୃଷି କ୍ଷେତରୁ ଲାଭ ପାଇବେ। ବୁଦ୍ଧିମାନ୍‌ ହେବେ।

ମକର: ଦାୟିତ୍ବର ପରିବର୍ତ୍ତନ ଘଟିପାରେ। ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। ସହିଷ୍ଣୁ ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଯାନବାହନ ସୁଖ ମିଳିପାରେ। ଜଳପ୍ରେମୀ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

କୁମ୍ଭ: ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ। ତପସ୍ବୀ ହେବେ। ବିବାଦରେ ବିଜୟୀ ହେବେ।

ମୀନ: ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଛି। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ରଙ୍କ ଠାରୁ ସହାୟତା ଓ ସୁଖ ମିଳିବ।

Leave A Reply