ଭାରତ ଓ ମରକ୍କୋ ମଧ୍ୟରେ ବିମାନ ସେବା ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ମରକ୍କୋ ମଧ୍ୟରେ ବିମାନ ସେବା ଲାଗି ସଂଶୋଧିତ ଚୁକ୍ତିରେ ସ୍ୱାକ୍ଷର କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ନୂଆ ଚୁକ୍ତି ଲାଗୁ ହେବା ସହିତ ଡିସେମ୍ବର 2004ରେ କରାଯାଇଥିବା ପ୍ରଚଳିତ ଚୁକ୍ତି  ଆପେ ଆପେ ଅକାମୀ ହୋଇଯିବ ।

ନୂଆ ଚୁକ୍ତି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତ ଏବଂ ମରକ୍କୋ ମଧ୍ୟରେ ସହଯୋଗ ଲାଗି ମାଇଲଖୁଂଟ ସାବ୍ୟସ୍ତ ହେବ । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ନିବେଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହନ ମିଳିବ । ଏହି ଚୁକ୍ତି ବ୍ୟାପକ ସୁରକ୍ଷା ଏବଂ  ନିରାପତ୍ତା ସୁନିଶ୍ଚିତ କରିବା ସହିତ ଦୁଇ ଦେଶର ବିମାନ ସେବା ଲାଗି ବ୍ୟବସାୟିକ ସମ୍ଭାବନା ଉପଲବ୍ଧ କରାଇବ ଏବଂ ବାଧାମୁକ୍ତ  ବିମାନ ସମ୍ପର୍କ ଲାଗି ଅନୁକୂଳ ବାତାବରଣ ମଧ୍ୟ ପ୍ରସ୍ତୁତ କରିବ ।

ଚୁକ୍ତିର ପ୍ରମୁଖ ବିଶେଷତ୍ୱ :-

୧. ଦୁଇ ଦେଶର ବିମାନ ଚଳାଚଳ କମ୍ପାନୀ ବିଭିନ୍ନ ପ୍ରକାରର ସେବା ଲାଗି କୋଡ ଆଦାନପ୍ରଦାନ  କରିପାରିବେ ।

୨. ପ୍ରତ୍ୟେକ ପକ୍ଷର ନିର୍ଦ୍ଦିଷ୍ଟ ଏଆର ଲାଇନ ବିପଣନ ଲାଗି ଆପୋସ ଚୁକ୍ତି କରିପାରିବେ । ସେମାନେ ଦ୍ୱିତୀୟ ପକ୍ଷ କିମ୍ବା ତୃତୀୟ ପକ୍ଷଙ୍କ ସହିତ ମଧ୍ୟ ଏପରି ବୁଝାମଣା କରିପାରନ୍ତି ।

୩. ବୁଝାମଣା ଜରିଆରେ ଉଭୟ ଦେଶର କୌଣସି ମଧ୍ୟ ନିର୍ଦ୍ଦିଷ୍ଟ ଏଆରଲାଇନ୍ସ ବିମାନ ସେବାର ବିକ୍ରି ଏବଂ ବିଜ୍ଞାପନ ଲାଗି ପରସ୍ପରର ଦେଶରେ ନିଜର କାର୍ଯ୍ୟାଳୟ ଖୋଲିପାରିବେ ।

୪. ଏଏସଏ ଦ୍ୱାରା ନିର୍ଦ୍ଧାରିତ ମାର୍ଗରେ ଚିହ୍ନଟ 6ଟି ସ୍ଥାନରୁ ଉଭୟ ଦେଶର ଏଆରଲାଇନ୍ସଗୁଡ଼ିକ ପରସ୍ପରର ଦେଶକୁ ଯେତେ ସଂଖ୍ୟାରେ ଚାହିଁଲେ ସେବା ଦେଇପାରିବେ । ଏହି ବ୍ୟବସ୍ଥା ଅନ୍ତର୍ଗତ ଭାରତର ନିର୍ଦ୍ଦିଷ୍ଟ ଏଆର ଲାଇନ ମରକ୍କୋର କାସାବ୍ଲାଙ୍କା, ରବାତ, ମାରାକ୍କାଶ, ଅଗାଦୀର, ତାଙ୍ଗୀର ଏବଂ ଫେଜରୁ ଯିବାଆସିବା ଲାଗି ନିଜ ସେବା ଦେଇପାରିବେ । ସେହିପରି ମରକ୍କୋର ନିର୍ଦ୍ଦିଷ୍ଟ ଏଆରଲାଇନ୍ସଗୁଡ଼ିକ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଯାତାୟାତ ଲାଗି ନିଜ ସେବା ଉପଲବ୍ଧ କରାଇପାରିବେ ।

୫. ବିମାନ ସେବା ଚୁକ୍ତିରେ ବିମାନ ସେବାର ସଂଚାଳନ ଅନୁମତି, ସଂଚାଳନ ନିୟମ, ବ୍ୟବସାୟିକ ସମ୍ଭାବନା ଏବଂ ସୁରକ୍ଷା ଏବଂ ନିରାପତ୍ତା ସହ ଜଡ଼ିତ ବ୍ୟବସ୍ଥାକୁ ନିଲମ୍ବିତ କରିବା କିମ୍ବା ଶେଷ କରିବାର ମଧ୍ୟ ବ୍ୟବସ୍ଥା ରହିଛି ।

Leave A Reply