ଭକ୍ତ ଦେଲେ ୫.୯ କୋଟି ଟଙ୍କା ଦାନ

0

ଶିରିଡ଼ି: ଶିରିଡି ସାଇବାବାଙ୍କ ସମାଧି ଶତବାର୍ଷିକ ଉତ୍ସବ ସମାପ୍ତି ସୁଦ୍ଧା ମହାରାଷ୍ଟ୍ରର ଶିରିଡ଼ି ଜିଲ୍ଲାରେ ଥିବା ସାଇବାବା ମନ୍ଦିର ଭକ୍ତମାନଙ୍କ ଠାରୁ ୫.୯୭ କୋଟି ଟଙ୍କା ଦାନ ଆକାରରେ ପାଇଛି। ଅକ୍ଟୋବର ୧୭ ରୁ ୧୯ ତାରିଖ ଯାଏଁ ଚାଲିଥିବା ଏହି ଉତ୍ସବରେ ଦେଶ ଓ ବିଦେଶର ଭକ୍ତମାନେ ମନ୍ଦିର ପରିସରରେ ଥିବା ଦାନ ବାକ୍ସ୍‍ରେ ୨. ୫୨ କୋଟି ଟଙ୍କା ଦାନ ଦେଇଥିବା ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ରୁବାଲ୍‌ ଅଗ୍ରୱାଲ ଶନିବାର କହିଛନ୍ତି। ମହାରାଷ୍ଟ୍ରର ଅହମ୍ମଦ ନଗର ଜିଲା ଅନ୍ତର୍ଗତ ଶିରିଡ଼ି ସହରରେ ଥିବା ମନ୍ଦିରର ଦାନ କାଉଣ୍ଟର୍‌ରେ ୧. ୪୬ କୋଟି ନଗଦ ଟଙ୍କା ମିଳିଥିବା ସେ କହିଛନ୍ତି। ଅନ୍‌ଲାଇନ୍‌ ଦାନ, ଡେବିଟ୍‌ କାର୍ଡ, ଚେକ୍‌ ଏବଂ ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ମନ୍ଦିର ୧. ୪୧ କୋଟି ଟଙ୍କାର ଦାନ ପାଇଛି। ଏହା ସହ ଭକ୍ତମାନେ ମଧ୍ୟ ସୁନା ରୁପା ଆକାରରେ ୨୮. ୨୪ ଲକ୍ଷ ଟଙ୍କା ଏବଂ ୨୪. ୫୫ ଟଙ୍କାର ବିଦେଶୀ ମୁଦ୍ରା ଦାନ ମିଳିଛି। ଏହିସବୁ ଦାନ ବ୍ୟତୀତ ମନ୍ଦିର ଟ୍ରଷ୍ଟ୍‍ ୭୮ ଲକ୍ଷ ଟଙ୍କା ଦର୍ଶନ ଏବଂ ଅନ୍‌ଲାଇନ୍‌ ପାସ୍‌ ଏବଂ ୨୮. ୫୧ ଲକ୍ଷ ଟଙ୍କା ଲଡୁ ବଣ୍ଟନରୁ ମିଳିଛି। ଏହି ଉତ୍ସବରେ ଦେଶ ଓ ବିଦେଶରୁ ପ୍ରାୟ ୩ ଲକ୍ଷ ଭକ୍ତ ଯୋଗ ଦେଇଥିଲେ।

Leave A Reply