ବ୍ରହ୍ମପୁରରେ ମେଡିକାଲ ବଞ୍ଚାଅ ଆନ୍ଦୋଳନ

0

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପ୍ରତି ସୋମବାର ଦିନ ମେଡିକାଲ ବଞ୍ଚାଅ ଆନ୍ଦୋଳନ କରାଯାଉଛି। ସ୍ୱାସ୍ଥ୍ୟସେବା ପାଇବାରୁ ଜନସାଧାରଣ ଯେପରି ବଂଚିତ ନ ହେବେ, ସମସ୍ତ ମେଡିକାଲରେ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସମସ୍ତ ସୁବିଧା ଯେପରି ଉପଲବ୍ଧ ହୋଇପାରିବ ସେ ନେଇ ଏହି ଆନ୍ଦୋଳନ କରାଯାଉଛି। ମାନବ ଅଧିକାର ସୁରକ୍ଷା ମଞ୍ଚ ସହ ସମସ୍ତ ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ସଂଗଠନର ମିଳିତ ମଞ୍ଚ ପକ୍ଷରୁ ଘଣ୍ଟ ପିଟି ଏକ ଅଭିନବ ଉପାୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ମଞ୍ଚର ଆବାହକ ଅବନି ଗୟାଙ୍କ ନେତୃତ୍ୱରେ ସୋମବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏହି ଆନ୍ଦୋଳନ କରାଯାଇଥିଲା । ସହରର ସରକାରୀ ସିଟି ହସପିଟାଲ ଓ ବଡ଼ମେଡିକାଲରେ ରୋଗୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ବିକାଶ, ଖାଲିପଡ଼ିଥିବା ଡାକ୍ତରୀ ପଦବୀ ପୂରଣ ଏବଂ ଆନୁସଙ୍ଗିକ ଯନ୍ତ୍ରପାତି ଉପଲବ୍ଧ କରାଇବା ଦାବି ନେଇ ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା ।

Leave A Reply