ବେଆଇନ କରତକଳରେ ଚଢାଉ

0

ବ୍ରହ୍ମପୁର: ପୋଲସରା ବନାଂଚଳ ଅଧିନସ୍ଥ ତଥା ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମରେ ଏକ ବେଆଇନ କରତକଳ ଉପରେ ଚଢାଉ କରି ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି । ଜବତ ଯନ୍ତ୍ରାଂଶର ମୂଲ୍ୟ ପ୍ରାୟ ୨ଲକ୍ଷରୁ ଉଦ୍ଧ୍ୱର୍ର୍ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଜବତ ହୋଇଥିବା ଯନ୍ତ୍ରାଂଶକୁ ବୁଗୁଡା ବନବିଭାଗକୁ ହସ୍ତାନ୍ତର କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ରେଞ୍ଜର ବିଜୟଲକ୍ଷ୍ମୀ ମହାନ୍ତିଙ୍କ ନେତୃତ୍ୱରେ ଇନ୍ସପେକ୍ଟର ରାଜିବ ବେହେରା,ପୋଲସରା ବନ ବିଭାଗ ଅଧିକାରୀ ଉମାକାନ୍ତ ଦାସଙ୍କ ସମେତ ବନବିଭାଗର କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ । ଚଢାଉ ସମୟରେ ଉକ୍ତ କରତ କଳର ମାଲିକ ଓ କର୍ମଚାରୀ କେହି ମଧ୍ୟ ଉପସ୍ଥିତ ନଥିଲେ । ମାଲିକକୁ ଖୋଜି ଗିରଫ କରାଯିବ ବୋଲି ସୂଚନା ମିଳିଛି ।

Leave A Reply