ବିସ୍ଫୋରଣରେ ଜଣେ ସୁରକ୍ଷାକର୍ମୀ ମୃତ, ୨ ଆହତ

0

ରାୟପୁର : ଛତିଶଗଡର ସୁକମା ଜିଲାରେ ରବିବାର ଆଇଇଡି ବିସ୍ଫୋରଣରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ଓ ଆହତ ସୁରକ୍ଷାକର୍ମୀମାନେ ଜିଲା ରିଜର୍ଭ ଗାର୍ଡ (ଡିଆରଜି)ର ଯବାନ। ସୁକମା ସୁପରିଣ୍ଟେଣ୍ଡେଣ୍ଟ ଅଫ ପୁଲିସ (ଏସପି) ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ଭେଜି ଓ ଏଲାରମାଦଗୁ ମଧ୍ୟରେ ଏହି ବିସ୍ଫୋରଣ ହୋଇଛି। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଥିବାବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଥିଲା। ଆହତ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ମୀନା କହିଛନ୍ତି। ନଭେମ୍ବର ୧୨ରେ ସୁକମା ସମେତ ରାଜ୍ୟର ୮ଟି ମାଓ ଅଧ୍ୟୁଷିତ ଜିଲାର ୧୮ଟି ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହୋଇସାରିଛି। ୨୦ ତାରିଖରେ ଅବଶିଷ୍ଟ ୭୨ଟି ଆସନ ପାଇଁ ଭୋଟ ଗ୍ରହଣ ହେବ।

Leave A Reply