ବିନା ଖାଦ୍ୟରେ ୭୬ ବର୍ଷ ବଞ୍ଚିଛନ୍ତି ସନ୍ଥ

0

ଗୁଜୁରାଟ: ବିନା ଖାଦ୍ୟ ପାନୀୟରେ ଜଣେ ବ୍ୟକ୍ତି କେତେ ଦିନ ବା ବଞ୍ଚି ରହିପାରିବ ? ଯଦି କେହି ଆପଣଙ୍କୁ ଏହି ପ୍ରଶ୍ନ କରେ, ତେବେ ତାହାର ଉତ୍ତର ହେବ ୨୦ ବା ୨୫ ଦିନ।  ଡାକ୍ତଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତି ସର୍ବାଧିକ ୪୦ ଦିନ ପର୍ଯ୍ୟନ୍ତ ବିନା ଖାଦ୍ୟ ପାନୀୟରେ ବଞ୍ଚି ରହି ପାରିବ । କିନ୍ତୁ ଆଜି ଏଭଳି ଜଣେ ସନ୍ଥଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯିଏ ମାସେ କି ଦୁଇ ମାସ ନୁହେଁ ବଂର ୭୬ ବର୍ଷ ଧରି ବିନା  ଖାଦ୍ୟ ପାନୀୟରେ ସେ ସୁସ୍ଥ ସବଳ ଭାବେ ବଞ୍ଚି ରହିଛନ୍ତି ।

ଗୁଜୁରାଟର ମହେସାଣ ଜିଲାରେ ଚରାଡ ଗାଁର ବାସିନ୍ଦା ପ୍ରହଲାଦ ଜାନି ୧୯୨୯ ମସିହା ଅଗଷ୍ଟ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ୮୯ ବର୍ଷର ସନ୍ଥ ପ୍ରହଲାଦ ଜାନି ଓରଫ ମାତାଜୀ ଓରଫ୍‌ ଚୁନରିବାଲା ମାତାଜୀଙ୍କ କହିବା ମୁତାବକ, ମା’ ଦୁର୍ଗାଙ୍କ ବରଦାନରୁ ଏଭଳି ସମ୍ଭବ ହୋଇଛି । ୭ ବର୍ଷ ବୟସରେ ସେ ଘର ଛାଡି ଜଙ୍ଗଲକୁ ଚାଲିଯାଇଥିଲେ।  ୧୧ ବର୍ଷ ବୟସରେ ତାଙ୍କୁ ଏକ ଐଶ୍ବରିକ ନିର୍ଦେଶ ମିଳିଥଲା। ଏହାପରେ ସେ ଦେବୀ ଅମ୍ବାଙ୍କ ସେବାରେ ନିଜକୁ ସର୍ମପଣ କରିଥିଲେ । ସେବେଠାରୁ ପ୍ରହ୍ଲାଦ ଜାନି ଦେବୀ ଅମ୍ବାଙ୍କ ବସ୍ତ୍ର ପିନ୍ଧିବା ସହ ମଥାରେ ସିନ୍ଦୁର ଟୀକା ଲଗାଇବା ଆରମ୍ଭ କରିଥିଲେ ।

କୁହାଯାଏ ଯେ, ସେ ଯେତେବେଳେ ୧୨ ବର୍ଷ ବୟସରେ ଉପନୀତ  ହୋଇଥିଲେ ସେତେବେଳେ କିଛି ସାଧୁ ସନ୍ଥ ତାଙ୍କ ନିକଟକୁ ଆସି ସେମାନଙ୍କ ସହ ଯିବାକୁ କହିଥିଲେ । କିନ୍ତୁ ସେତେବେଳେ ସେ ଯିବାକୁ ମନା କରିଦେଇଥିଲେ ହେଁ ଛଅ ମାସ ପରେ ଦେବୀଙ୍କ ଭଳି ଦେଖାଯାଉଥିବା ତିନି କନ୍ୟା ତାଙ୍କ ନିକଟକୁ ଆସି ଜିଭ ଉପରେ ଅଙ୍ଗୁଳି ରଖିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଭୋକ କିମ୍ବା ଶୋଷ ଲାଗେନାହିଁ । ଦେବୀ ମା’ଙ୍କ କୃପା ତଥା ଯୋଗ ଓ ସାଧନା ବଳରେ ସେ ୭୬ ବର୍ଷ ବିନା ଜଳ ଓ ଅନ୍ନରେ ବଞ୍ଚି ରହିଛନ୍ତି ବୋଲି ଦାବି କରିଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ, ବିନା ଖାଦ୍ୟରେ କୌଣସି ବ୍ୟକ୍ତି ୩୦ରୁ ୪୦ ଦିନ ଜୀବିତ ରହି ପାରିବେ । କିନ୍ତୁ ବିନା ପାଣିରେ ୫ଦିନରୁ ଅଧିକ ବଞ୍ଚି ରହିବା ସମ୍ଭବ ନୁହେଁ । କିନ୍ତୁ ପ୍ରହ୍ଲାଦ ଜାନିଙ୍କ ଏହି ରହସ୍ୟକୁ ଜାଣିବା ପାଇଁ ଡାକ୍ତରୀ ଯାଞ୍ଚ କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ଅହମ୍ମଦାବାଦ ଏକ ହସ୍ପିଟାଲରେ ଜାନିଙ୍କୁ ୧୦ ଦିନ ନଜର ବନ୍ଦୀ ଭାବରେ ରଖାଯାଇଥିଲା। ଏହି ଦିନ ମଧ୍ୟରେ ନା ସେ କିଛି ଖାଇଥିଲେ ନା ସେ କିଛି ପିଇଥିଲେ । ତାଙ୍କ ଶରୀର ସମସ୍ତ ଅଙ୍ଗ ପୂର୍ବ ଭଳି କାମ କରିବା ସହ ହୃସ୍ପଦନ ସ୍ବାଭାବିକ ଥିଲା। ପେଟର ଅଲ୍ଡ୍ରା ସାଉଣ୍ଡ ରିପୋର୍ଟରେ ମଧ୍ୟ ପେଟ ଜନିତ ରୋଗ ଦେଖିବାକୁ ମିଳିନଥିଲା। ଏହା ସହ ରକ୍ତର ହିମୋଗ୍ଲାବିନ୍ ମାତ୍ରାରେ ବିଶେଷ ପାର୍ଥକ୍ୟ ନଜର ଆସିନଥିବା ବେଳେ ମାନସିକ ସ୍ତରରେ ସୁସ୍ଥ ଥିବା ଦେଖିବାକୁ ମିଳିଥିଲା ।

Leave A Reply