ବିଧାନସଭାରେ ଅଚଳାବସ୍ଥା ଯୁକ୍ତିଯୁକ୍ତ ନୁହେଁ

ମୋହନା : ବିଧାନସଭାରେ ଅଚଳାବସ୍ଥା ଯୁକ୍ତିଯୁକ୍ତ ନୁହେଁ । ସରକାର ବିରୋଧୀ ଦଳଙ୍କ କଥାକୁ ଗୁରୁତ୍ଵ ନଦେବା ଓ କୌଣସି ପରିପେକ୍ଷୀରେ ସମସ୍ୟାର ସମାଧାନ ଏବଂ ଆଲୋଚନା ପାଇଁ ପ୍ରସ୍ତୁତ ନହେବା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଉଛି । ଗଣତନ୍ତ୍ରର ପ୍ରକ୍ରିୟା ଅନୁସାରେ ବିଧାନସଭା ଚାଲୁନାହିଁ । ସରକାର ଅହଂକାରରେ ବୁଡ଼ି ରହିଛନ୍ତି । ଯାହାଫଳରେ ଗଣତନ୍ତ୍ର ଏବଂ ବ୍ୟବସ୍ଥାପକ ସଭାର ଅବକ୍ଷୟ ହେଉଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ମୋହନା ନିର୍ମାଚନ ମଣ୍ଡଳୀର ବିଧାୟକ ତଥା ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ କହିଛନ୍ତି।

Comments are closed.