ପ୍ରଭୁ ହନୁମାନ ମୁସଲମାନ ଥିଲେ; ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନ ପରିଷଦ ସଦସ୍ୟ (ବିଧାୟକ) ବୁକାଲ ନବାବ ଏକ ବିବାଦୀୟ ମନ୍ତବ୍ୟ କ୍ରମରେ କହିଛନ୍ତି ଯେ ପ୍ରଭୁ ହନୁମାନ ମୁସଲମାନ ଥିଲେ। ବୁକାଲ କହିଛନ୍ତି ଯେ ହନୁମାନଙ୍କ ନାମ ମୁସଲମାନ ନାମ ସହିତ ସାମଞ୍ଜସ୍ୟ ରହିଛି। ଏକ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ମନ୍ତବ୍ୟରେ ବୁକାଲ କହିଛନ୍ତି ‘ ମୋର ବିଶ୍ବାସ ପ୍ରଭୁ ହନୁମାନ ଜଣେ ମୁସଲମାନ ଥିଲେ। ତେଣୁ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କ ନାମ ପ୍ରଭୁ ହନୁମାନଙ୍କ ନାମର ଅନୁରୂପ। ମୁସଲମାନ ବ୍ୟକ୍ତି ବିଶେଷଙ୍କ ନାମ ରେହମାନ, ରମଜାନ, ଫରମାନ, ଜିସାନ ଓ କୁର୍ବାନ ଥିବାବେଳେ ଏହା ହନୁମାନଙ୍କ ନାମର ଅନୁରୂପ। ଏପରି ନାମ କେବଳ ମୁସଲମାନ ସମ୍ପ୍ରଦାୟରେ ଦେଖିବାକୁ ମିଳେ।’ ଏହିସବୁ ନାମ ହନୁମାନଙ୍କ ନାମରୁ ଆସିଛି। ବୁକାଲଙ୍କ ଏପରି ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି। ନିକଟରେ ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ପ୍ରଭୁ ହନୁମାନ ଆଦିବାଦୀ ସମ୍ପ୍ରଦାୟର ଥିଲେ। ହନୁମାନ ଜଙ୍ଗଲରେ ରହୁଥିଲେ। ଆଦିତ୍ୟନାଥଙ୍କ ଏପରି ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳ ସମାଲୋଚନା କରିଥିଲେ।

Leave A Reply