ବର୍ଷା ଯୋଗୁଁ କଟକ ଓ ଖୋର୍ଦ୍ଧାର ସମସ୍ତ ସ୍କୁଲ କଲେଜ ଛୁଟି

0

କଟକ/ଖୋର୍ଦ୍ଧା: ରାଜ୍ୟରେ ଲଘୁଚାପର ପ୍ରଭାବ ସୋମବାର ଠାରୁ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ କଟକ ଓ ଖୋର୍ଦ୍ଧାରେ ସମସ୍ତ ସ୍କୁଲ ଓ କଲେଜକୁ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ବର୍ଷା କମୁ ନଥିବାରୁ କଟକ ଜିଲା ପ୍ରଶାସନ ଓ ଖୋର୍ଦ୍ଧାର ଜିଲାପାଳ ନିର୍ମଳ ମିଶ୍ର ଏହି ଛୁଟି ଘୋଷଣା କରିଛନ୍ତି। କଟକର ବିଭିନ୍ନ ସ୍ଥାନରେ ଜମିଥିବା ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ଜଳ ନିଷ୍କାସନ ପାଇଁ ୧୯୦ଟି ପମ୍ପ୍ ର ବ୍ୟବସ୍ଥା କରାଯାଇଛି।

Leave A Reply