ବକେୟା ଅର୍ଥ ଦାବିରେ ଅଙ୍ଗନୱାଡି କର୍ମୀଙ୍କ ଧାରଣା

0

ଅନୁଗୁଳ : ତାଳଚେର ବ୍ଲକର ଅଙ୍ଗନୱାଡି କର୍ମୀମାନେ ସିଡିପିଓ ଅଫିସ ଆଗରେ ଧାରଣା ଦେଇଛନ୍ତି। ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ପୃଷ୍ଟିକର ଯୋଜନାରେ ୨୦୦୯ ନଭେମ୍ବରରୁ ୨୦୧୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରାପ୍ୟ ଟଙ୍କା ପାଇନଥିବାରୁ ସେମାନେ ଧାରଣା ଦେଇଛନ୍ତି। ପ୍ରାକ ବିଦ୍ୟାଳୟରେ ଶିଶୁମାନଙ୍କୁ ଗରମ ରନ୍ଧା ଖାଦ୍ୟ, ଆନୁସଙ୍ଗିକ ଜିନିଷ  ଏବଂ ସକାଳୁଆ ଜଳଖିଆ ବାବଦରେ ଦେୟ ପ୍ରଦାନ କରାଯାଇ ନ ଥିବା ଅଙ୍ଗନୱାଡି କର୍ମୀମାନେ ଅଭିଯୋଗ କରିଛନ୍ତି l ଏପରି ଅଭିଯୋଗ ଆଣି ମଙ୍ଗଳବାର ଦିନ ବ୍ଲକର ୪୬୦ରୁ ଉର୍ଧ୍ଵ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ସିଡ଼ିପିଓ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ସିଡ଼ିପିଓ ଲୀଳାବତୀ ନାଗଙ୍କୁ ବକେୟା ଅର୍ଥ ମାଗିଥିଲେ l ତେବେ ସିଡ଼ିପିଓ କୌଣସି ଜବାବ ନଦେବାରୁ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାସହ ସିଡ଼ିପିଓଙ୍କୁ କାର୍ଯ୍ୟରୁ ବାରଣ କରି ସେଠାରୁ ତଡି ଦେଇଥିଲେ l ଏହାପରେ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ଗଣଧାରଣା ଦେଇଥିଲେ l ବକେୟା ଅର୍ଥ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କର୍ମୀମାନେ ଚେତାବନି ଦେଇଥିଲେ l ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆନ୍ଦୋଳନ ସ୍ଥଳରେ ପହଞ୍ଚି କର୍ମୀଙ୍କୁ ସମର୍ଥନ ଜଣାଇଥିଲେ ।

Leave A Reply