ପ୍ରତି ମଙ୍ଗଳବାର ଚୋରି କରୁଥିବା ଯୁବକ ଗିରଫ

0

ହାଇଦ୍ରାବାଦ୍‍: ଅନ୍ଧବିଶ୍ୱାସର ଶିକାର ହୋଇଥିବା ଜଣେ ଚୋରକୁ ଜେଲ୍‍ ଯିବାକୁ ପଡ଼ିଛି। ମହମ୍ମଦ ସମିର ଖାନ ନାମକ ଏହି ଯୁବକ ଜଣକ ତାର ସାଥୀ ମହମ୍ମଦ ସୋଏବ୍‍ ସହିତ ମିଶି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଚୋରି କରୁଥିଲା। ସେ କେବଳ ମଙ୍ଗଳବାରକୁ ହିଁ ଚୋରି ପାଇଁ ଟାର୍ଗେଟ୍‍ କରୁଥିଲା। ଆଫ୍‍ଗାନିସ୍ତାନର ମୂଳ ବାସିନ୍ଦା ସମିରର ମଙ୍ଗଳବାର ଚୋରି କଲେ କେବେହେଲେ ଧରାପଡ଼ିବ ନାହିଁ ବୋଲି ବିଶ୍ୱାସ ରଖିଥିଲା। ତେଣୁ ଦିନରେ ମଧ୍ୟ ସେ ବେଧଡ଼କ ଚୋରି କରୁଥିଲା। ଧରାପଡ଼ିବା ପରେ ତା ନିକଟରୁ ୭୦୦ ଗ୍ରାମ ସୁନା ଓ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି।

Leave A Reply