ପ୍ରଜାକୋର୍ଟରେ ଜଣକୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : କିଛିଦିନର ନିରବତା ପରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ପ୍ରଜାକୋର୍ଟରେ ମାଓବାଦୀ ଜଣକୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରିମିଟି ଗାଁ ରେ । ମୃତକ ଜଣକ ହେଉଛନ୍ତି ଆନନ୍ଦ। ଗତ ଗୁରୁବାର ଦିନ ଆନନ୍ଦକୁ ମାଓବାଦୀ ନିଜ ଦଳଦଳିଗାଁ ରୁ ଡାକିନେଇ ଥିଲେ। ଶୁକ୍ରବାର ଦିନ ମାଡ ମାରିବା ସହ ଶନିବାର ଦିନ ପ୍ରଜାକୋର୍ଟ କରି ମୃତ୍ୟୁ ଦଣ୍ଡ ଦେଇଥିଲେ। ମାରିବା ପରେ ମୃତ ଦେହଟିକୁ ଜାଳି ଦେଇଥିବା ଜଣାପଡିଛି। ପୁଲିସ  ଘଟଣା ସମ୍ପର୍କରେ ଜାଣିବା ପରେ ଅନୁଧ୍ୟାନ କରୁଛି।

Comments are closed.