ପୋଖରୀକୁ ବସ୍‍ ଖସି ୭ମୃତ, ୨୧ ଆହତ

0

ଗୁଆହାଟି: ଆସାମର ନାଲବରି ଜିଲା ଅନ୍ତର୍ଗତ ମୁକାଲମିଆ ନିକଟରେ ଏକ ଯାତ୍ରୀବାହୀ ବସ୍‍ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସିପଡ଼ିବାରେ ୭ଜଣଙ୍କରା ପ୍ରାଣହାନି ଘଟିଛି। ଆଉ ୨୦ଜଣ ଆହତ ହୋଇଛନ୍ତି।
ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଶନିବାର ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍‍ ପ୍ରାୟ ୫୦ଜଣଙ୍କୁ ନେଇ ଗୁଆହାଟିରୁ ବାରପେଟା ଅଭିମୁଖେ ଯାତ୍ରା କରୁଥିଲାବେଳେ ଏହି ଦୁର୍ଘଟଣା ଘଟିଛି।

Leave A Reply