ପେଟ୍ରୋଲ ୭୦, ଡିଜେଲ ୬୪ ଟଙ୍କା ଟପିିଲା

0

ଅଶୋଧିତ ତୈଳ ଦର ୬୦ ଡଲାର ତଳକୁ ଖସିଲା
ନୂଆଦିଲ୍ଲୀ, : ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୬୦ ଡଲାର ତଳକୁ ହ୍ରାସ ଘଟିଛି। ଚାଇନାର ବାଣିଜ୍ୟ ସମ୍ପର୍କିତ ତଥ୍ୟ ଦୁର୍ବଳ ରହିବାର ପ୍ରଭାବ ବିଶ୍ୱର ତୈଳ ବଜାର ଉପରେ ପଡିଛି। ଏଥିଯୋଗୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି। ଅପରପକ୍ଷେ ଘରୋଇ ବଜାରରେ ତୈଳ ଦର କମିବାର ନାମ ଧରୁନାହିଁ। କ୍ରମାଗତ ଭାବେ ୫ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ଆଜି ବଜାରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୦ ଟଙ୍କା ଏବଂ ଡିଜେଲ ୬୪ ଟଙ୍କା ଅତିକ୍ରମ କରିଛି।
ମୂଲ୍ୟରେ ହ୍ରାସ ଯୋଗୁ ବିଶ୍ୱ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟରେ ବ୍ୟାରେଲ ପିଛା ୫୨ ସେଣ୍ଟସ ହ୍ରାସ ଘଟି ୫୯.୯୬ ଡଲାରରେ ପହଞ୍ଚିଛି। ସେହିଭଳି ଆମେରିକୀୟ ୱେଷ୍ଟ ଟେକ୍ସାସ୍‍ ଇଣ୍ଟରମିଡିଏଟ୍‍ (ଡବ୍ଲ୍ୟୁଟିଆଇ) ମୂଲ୍ୟରେ ୪୮ ସେଣ୍ଟସ୍‍ ହ୍ରାସ ଘଟି ୫୧.୧୧ ଡଲାରକୁ ଖସିଆସିଛି। ମନ୍ଥର ହୋଇପଡିଥିବା ବିଶ୍ୱର ଅଭିବୃଦ୍ଧି ସୁଧାର ହେବା ନେଇ ଆମଦାନୀକାରୀ ଏବଂ ରପ୍ତାନିକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହାର ପ୍ରଭାବ ତୈଳ ବଜାର ଉପରେ ପଡିଥିବା କୁହାଯାଉଛି। ସୂଚନାଯୋଗ୍ୟ ଗତ ଡିସେମ୍ବରରେ ତୈଳ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ (ଓପେକ୍‍) ରାଷ୍ଟ୍ରସମୂହର ସଦସ୍ୟମାନେ ଜାନୁଆରୀରୁ ଅଶୋଧିତ ତୈଳ ଉତ୍ପାଦନ ଦୈନିକ ୧୨ ଲକ୍ଷ ବ୍ୟାରେଲ ହ୍ରାସ ଘଟାଇବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।
ଆଜି ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୮ ପଇସା ବୃଦ୍ଧି ଘଟି ୭୦ ଟଙ୍କା ୧୩ ପଇସା ଏବଂ ଡିଜେଲରେ ୪୯ ପଇସା ବୃଦ୍ଧିି ଘଟି ୬୪ ଟଙ୍କା ୧୮ ପଇସା ଛୁଇଁଛି। ଫଳରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଏବଂ ଡିଜେଲ ୬୪ ଟଙ୍କା ସ୍ତର ଅତିକ୍ରମ କରିଛି।
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏହା କ୍ରମାଗତ ଭାବେ ୫ମ ବୃଦ୍ଧି ହୋଇଥିବାବେଳେ ଚଳିତ ମାସରେ ଷଷ୍ଠ ଦର ବୃଦ୍ଧି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୩୮ ପଇସା ବୃଦ୍ଧି ଘଟି ୬୯ ଟଙ୍କା ୦୮ ପଇସାରେ ପହଞ୍ଚିଛି। ରବିବାର ଏହା ଲିଟର ପିଛା ୬୮ ଟଙ୍କା ୭୦ ପଇସା ରହିଥିଲା। ସେହିଭଳି ଡିଜେଲ ମୂଲ୍ୟ ଲିଟର ପିଛା ୫୦ ପଇସା ବୃଦ୍ଧି ଘଟି ୬୮ ଟଙ୍କା ୭୪ ପଇସାରେ ପହଞ୍ଚିଛି। ରବିବାର ଏହା ଲିଟର ପିଛା ୬୮ ଟଙ୍କା ୨୪ ପଇସା ରହିଥିଲା।
ପେଟ୍ରୋଲ…

Leave A Reply