ପୂର୍ବାଞ୍ଚଳ ମହୋତ୍ସବ: ନୃତ୍ୟରେ ଓଡ଼ିଆ ଝିଅ ପ୍ରଥମ

0

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ମହୋତ୍ସବ ଅବସରରେ ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟର ଯୁବ କଳାକାରଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର ନୃତ୍ୟ ବିଭାଗରେ ଓଡ଼ିଆ ଝିଅ ସ୍ନେହାଲି ଜେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଣାଳୟ ସହଯୋଗରେ ସ୍ଥାନୀୟ ଅନୁଷ୍ଠାନ ଦି ମିଶନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ଟି ରାଜ୍ୟର ପ୍ରାୟ ଚାରି ଶହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିଲେ। ନୃତ୍ୟ ବିଭାଗରେ ସ୍ନେହାଲି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବ ଦିଲ୍ଲୀ ନଗର ନିଗମର ମେୟର ବିପିନ ବିହାରୀ ସିଂ, ପୂର୍ବାଞ୍ଚଳ ମୋର୍ଚ୍ଚା ବିଜେପି ସଭାପତି ମନିଶ କୁମାର ସିଂ, ସଂପାଦକ ଦିନେଶ କୁମାର ସିଂ ଓ ଦିଲ୍ଲୀ ବିଜେପି ମଜଦୁର ସଂଗଠନର ସଂଗଠନ ମନ୍ତ୍ରୀ ବ୍ରିଜେଶ କୁମାର ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ସଞ୍ଜିବ ଶେଖର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply