ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଓଡ଼ିଶା ବିଜୟୀ

0

ଭୁବନେଶ୍ବର: ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନ ଓ ଅଲ୍‌ ଇଣ୍ଡିଆ କ୍ରିକେଟ ଆସୋସିଏସନ ଫର ଫିଜିକାଲ ଚ୍ୟାଲେଞ୍ଜଡ୍‌ (ଏଆଇସିଏପିଜସ୍‌) ଆନୁକୂଲ୍ୟରେ ନାଲ୍‌କୋ ଅଜିତ୍‌ ୱାଡେକର ସ୍ମାରକୀ ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ ପ୍ରତିଯୋଗିତା ପାରାମାଉଣ୍ଟ ସ୍ପୋର୍ଟିଂ କ୍ଳବ ଖେଳ ପଡ଼ିଆରେ ଆରମ୍ଭ ହୋଇଛି। ଶୁକ୍ରବାର ଓଡ଼ିଶା ୬୦ ରନ୍‌ରେ ବିହାରକୁ ପରାସ୍ତ କରିଛି। ଓଡ଼ିଶା ପ୍ରଥମେ ବ୍ୟାଟିଂକରି ୧୩୮ ରନ କରିଥିଲା। ବଳରାମ ବସ୍ତିଆ ୭୨ ଓ ଅକ୍ଷୟ କୁମାର ସାହୁ ୪୬ ରନ କରିଥିଲେ। ଜବାବରେ ବିହାର ୭୮ରନ କରି ପାରିଥିଲା। ଅକ୍ଷୟ କୁମାର ସାହୁ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ। ୨ୟ ମ୍ୟାଚରେ ଝାଡଖଣ୍ଡ ୧୯ ରନରେ ବଙ୍ଗଳାକୁ ପରାସ୍ତ କରିଛି। ଆଶ୍ରୟ ସହଯୋଗରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ବଙ୍ଗଳା ଦଳ ଭାଗ ନେଇଛନ୍ତି।

Leave A Reply