ପୂର୍ବତନ ବିଚାରପତି ଜେସି ଶର୍ମା ଏବଂ ହିନ୍ଦୁବାଦୀ ବଦ୍ରିନାଥ ପଟ୍ଟନାୟକଙ୍କୁ ହିନ୍ଦୁ କେଶରୀ ୨୦୧୮ ସମ୍ମାନ

0

ନୂଆଦିଲ୍ଲୀ: ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପ୍ରତିବର୍ଷ ହନ୍ଦୁ ପ୍ରତିଭାଙ୍କୁ ସମ୍ମାନିତ କରିବାର ପରମ୍ପରା ରହିଛି । ସ୍ବାଗତ ସମିତିର ଅଧକ୍ଷ ରବିନ୍ଦ୍ର ଦ୍ବିବେଦୀଙ୍କ ସୂଚନା ଅନୁଯାୟୀ, ଓଡିଶା ଓ ଉତ୍ତରପ୍ରଦେଶରେ ହିନ୍ଦୁ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ । ଚଳିତ ବର୍ଷ ଏଥିପାଇଁ ଉତ୍ତରପ୍ରଦେଶ ପୂର୍ବତନ ବିଚାରପତି ଜେସି ଶର୍ମାଙ୍କୁ ଚୟନ କରାଯାଇଛି । ଶ୍ରୀ ଶର୍ମା ସତ୍ୟ ଓ ନ୍ୟାୟରେ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନେଉଥିବା ବିଚାରପତି ଭାବେ ଜଣାଶୁଣା । ଶ୍ରୀ ଶର୍ମା ସର୍ବଦା ହିନ୍ଦୁତ୍ବ ଓ ରାଷ୍ଟ୍ର ସେବାରେ ନିଜକୁ ସମର୍ପିତ କରିଥିଲେ ।

ସେହିପରି ଓଡିଶାର ଧର୍ମାନ୍ତରୀକରଣ, ଗୋହତ୍ୟା ଆଦି ପ୍ରସଙ୍ଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ହିନ୍ଦୁ ମହାସଭାର ରାଷ୍ଟ୍ରିୟ ଉପଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକଙ୍କୁ ହିନ୍ଦୁ କେଶରୀ ୨୦୧୮ ସମ୍ମାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Leave A Reply