ପୂର୍ବତନ ପୌର ଉପାଧ୍ୟକ୍ଷଙ୍କ ସମେତ ୩ ଗିରଫ

0

ଘସିପୁରା : ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଠାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ଢ଼େଲାମାଡ଼ ଘଟଣାରେ ଘସିପୁରା ପୁଲିସ ଆନନ୍ଦପୁର ପୌରପାରିAଷଦ ପୂର୍ବତନ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ସମେତ ୩ଜଣଙ୍କୁ ଶନିବାର ଗିରଫ କରିଛି। ସକାଳ ୧୦ଘଟିକା ସମୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ପୁଲିସ୍‍ ତାଙ୍କୁ ଆନନ୍ଦପୁରରୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ୩ଜଣ ଗିରଫ ହୋଇଥିଲେ।
ସେହିପରି ଘସିପୁରା ବସ୍‍ଷ୍ଟାଣ୍ଡରେ ହୋଇଥିବା ଗୋଷ୍ଠୀସଂଘର୍ଷ ମାମଲାରେ ଆଶିଷ ବେହେରାଙ୍କ ଏତଲାକ୍ରମେ ପୁଲିସ୍‍ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା ମାମଲାରେ ଦୀର୍ଘ ଦେଢ ମାସ ପରେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏପରିକିି ଦୈନିକ ସାଧାରଣରେ ବୁଲାବୁଲି କରୁଥିଲେ ମଧ୍ୟ ସୁରେଶଙ୍କୁ କାହିଁକି ଗିରଫ କରାଯାଉ ନଥିଲା ସେଥିନେଇ ମଧ୍ୟ ପ୍ରଶ୍ନ ଉଠିଛି।
ବିଶେଷକରି ଘସିପୁରା ଥାନା ସମ୍ମୁଖରେ ଚାଲିଥିବା ଦୁର୍ଗା ପୁଜା ଆୟୋଜନରେ ତାଙ୍କର ସକ୍ରିୟ ଭୂମିକା ରହିଥିବା ବେଳେ ସେଠାରେ ମଧ୍ୟ ପୁଲିସ୍‍ ନଜରରେ ସେ ରହିଥିଲେ। କିନ୍ତୁ ସେ ସମୟରେ ପୁଲିସ୍‍ ଗିରଫ କରୁ ନଥିବା ବେଳେ କେଉଁ ପରିସ୍ଥିତିରେ ହଠାତ ଏଭଳି ଗିରଫଦାରୀ ହେଲା ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି। ଅପରପକ୍ଷେ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଗିରଫ ହୋଇ ଜେଲରେ ରହିଥିବାବେଳେ
ଘସିପୁରା ନିର୍ବାଚନ ମଣ୍ଡଳୀରେ ସନାସେନାର ସାଂଗଠନିକ କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇଥିଲା। ଏଥିରେ ରୋକ ଲଗାଇବାକୁ ପୁଲିସ୍‍ ଉପରେ ରାଜନୈତିକ ଚାପ ପକାଇ ଏଭଳି ବେଆଇନ ଗିରଫଦାରୀ କରାଯାଇଥିବା ସନାସେନା ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply