ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ବାର୍ଷିକ ଅଧିବେଶନ ଓ କବିତା ପାଠୋତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବର ବିମାନଘାଟି ଅଞ୍ଚଳସ୍ଥିତ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ବାର୍ଷିକ ଅଧିବେଶନ ଓ କବିତା ପାଠୋତ୍ସବ ନ୍ୟାସୀ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ସୀତାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ଆରମ୍ଭରେ ଶ୍ରୀ ଦାମୋଦର ସେନାପତି, ଶ୍ରୀ ରାମ ନାରାୟଣ ମିଶ୍ର, ଶ୍ରୀମତି ବିମଳା ସିଂହ ଓ ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର ପ୍ରଭୁ ଜଗନ୍ନାଥଙ୍କର କେତୋଟି ଭଜନ ଗାନ କଲାପରେ ଉପସ୍ଥିତ ସମେସ୍ତେ ସମବେତ କଣ୍ଠରେ ବନ୍ଦେ ଉତ୍କଳ ଗନନୀ ବନ୍ଦନା ଗାନ କରିଥିଲେ।
ଏହି ଉତ୍ସବରେ ଭୁବନେଶ୍ବର ଏମ୍ସର ପୂର୍ବତନ ନିର୍ଦେଶକ ବିଖ୍ୟାତ ସ୍ନାୟୁରୋଗ ଚିକିତ୍ସକ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର , ଅଭିନ୍ନ ଚନ୍ଦ୍ର ହୋମିଓ ପାଥି କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଖ୍ୟାତ ଡ଼ାକ୍ତର ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ର, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ଏବଂ ଦୈନିକ ଖବରକାଗଜ ଓଡ଼ିଶା ଏକ୍ସପ୍ରେସର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ନ୍ୟାସୀ ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପର୍ଶୁରାମ ଦ୍ବିବେଦୀ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମରେ ଆଳୋକପାତ କରିବା ପରେ ସମ୍ପାଦକ ଶ୍ରୀ ରାମ ନାରାୟଣ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପାତ୍ର “ମୈତ୍ରୀ ସମ୍ପର୍କର ସେତୁ”ର ବିଂଶ ସଂଖ୍ୟା ଏବଂ “ଶାରଳା ବାର୍ଷିକ କ୍ୟାଲେଣ୍ଡର”-୨୦୨୦ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ନ୍ୟାସୀ ମଣ୍ଡଳ ପକ୍ଷରୁ ରାଜଧାନୀ ତଥା ରାଜ୍ୟର ପ୍ରସିଦ୍ଧ ବ୍ୟାବସାୟୀ, ଓଡ଼ିଆ ଭାଷା, ସଂସ୍କୃତି ପ୍ରେମି ଶ୍ରୀଯୁକ୍ତ ସୁଧାକର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନୁଷ୍ଠିତ କବିତା ପାଠୋତ୍ସବର ୭୦ଜଣ ଅଧିକ ମାନ୍ୟଗଣ୍ୟ କବି ଓ କବିୟିତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ସମସ୍ଥ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ନ୍ୟାସୀ ମଣ୍ଡଳର ସଂସ୍କୃତିକ ସମ୍ପାଦକ ରମାକାନ୍ତ ମିଶ୍ର। କୋଷାଧ୍ୟକ୍ଷ ବିରଜା ପ୍ରସାଦ ଶତପଥିଙ୍କ ଧନ୍ୟବାଦ ଅର୍ପଣରେ ସଭାପତି ସୀତାବଲ୍ଲଭ ମହାପାତ୍ର ଅଧିବେଶନ ସମାପ୍ତିର ଘୋଷଣା କରିଥିଲେ।

Comments are closed.