ପୁଲିସକୁ ଆକ୍ରମଣ : ୬ ଜଣଙ୍କ ଆତ୍ମସମର୍ପଣ

0

ଘସିପୁରା: ରାମଚନ୍ଦ୍ରପୁର ପୁଲିସକୁ ଆକ୍ରମଣ ଘଟଣାରେ ୬ଜଣ ରାମଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ୬ତାରିଖ ସକାଳେ ଘସିପୁରା ବସଷ୍ଟାଣ୍ଡରେ ଓ ପରେ ଶୈଲଙ୍ଗ ଛକରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଓସମର୍ଥକ ମାନେ ଆନନ୍ଦପୁର ପୈାରାଧକ୍ଷ ସୁରେଶ ସାହୁ ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଓ ରାମଚନ୍ଦ୍ରପୁର ଛକରୁ ପ୍ରଦୀପ ସାହୁଙ୍କୁ ବିଜେଡି ସମର୍ଥକ ମାନେ ପୁଲିସ କୁ ମାଡମାରିବା ସହିତ ଶ୍ରୀ ସାହୁକୁ ଜବରଦସ୍ତି ପୁଲିସ ହାତରୁ ଛଡାଇନେଇଥିଲେ। ଉକ୍ତ ମାମଲାରେ କେନ୍ଦୁଝର ପୁଲିସର ଏକ ଦଳ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରକୁ ମଙ୍ଗୁଳିରୁ ଗିରଫ କରିଥିବା ବେଳେ ତାଙ୍କ ଜାମିନ ଆବେଦନ ଖାରଜ ହେବାପରେ ଦେବାଶିଷ ଜିଲା ବିଚାରବିଭାଗୀୟ ହାଜତରେ ରହିଥିବା ଜଣାପଡ଼ିଛି। ଶୁକ୍ରବାର ହୃଷିକେଶ ରାଉତ, ସୁଜନ କୁମାର ସାହୁ(ବାବୁ), ମମ୍ମଥ ସାହୁ, ନିକୁଞ୍ଜ ସାହୁ, କାଳନ୍ଦି ଚରଣ ସାହୁ, ସୋମନାଥ ବେହେରା ପ୍ରମୁଖ ରାମଚନ୍ଦପୁର ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ବେଳେ ରାମଚନ୍ଦ୍ରପୁର ଥାନା କେଶ ନଂ ୧୩୮/୧୮ ରେ କୋର୍ଟ ଚାଲାଣ କରିଥିବା ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁଙ୍କ ଠାରୁ ପ୍ରକାଶ।

Leave A Reply