ପୁରୀ ଜିଲା ବିଜେପି ସାଂଗଠନିକ ବୈଠକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ସମ୍ପର୍କରେ ଆଲୋଚନା

ପିପିଲି:ଭାରତୀୟ ଜନତା ପାର୍ଟିର ପୁରୀ ଜିଲା ସାଂଗଠନିକ ବୈଠକ ପିପିଲିର ମଙ୍ଗଳପୁର ନିକଟ ମଧୁବନ ମଣ୍ଡପ ଠାରେ ରବିବାର କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଜିଲାସ୍ତରୀୟ ନେତାମାନେ ଆଲୋଚନା କରିବା ସହ ଦଳକୁ କିଭଳି ଭାବରେ ଅଧିକ ଦୃଢ ଓ କ୍ରୀୟାଶୀଳ କରାଯିବ ସେ ସଂପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।
ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ପୂର୍ବତନ ଜିଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର, ସତ୍ୟବାଦୀର ବିଧାୟକ ପ୍ରାର୍ଥୀ ଓମ୍‍ପ୍ରକାଶ ମିଶ୍ର, ବିଜେପି ରାଜ୍ୟ ପଞ୍ଚାୟତ ନିର୍ବାଚନ ସଂଯୋଜକ ଶଙ୍କର ପରିଡ଼ା, ପୂର୍ବତନ ବିଧାୟକ ରବିନ୍ଦ୍ର ମଲ୍ଲିକ, ବରିଷ୍ଠ ନେତା ବାଇଧର ମଲ୍ଲିକ, ଜିଲା ବିଜେପି ସାଧାରଣ ସଂପାଦକ ଜନ୍ମେଜୟ ଜେନା, ଉମାକାନ୍ତ ନାୟକ, ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଦଳର ସାଂଗଠନିକ ଅଗ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ସମ୍ପର୍କରେ ଏହି ବୈଠକରେ ନେତାମାନେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

 

ଆବାସ ଯୋଜନାରେ ହିତାଧିକାରୀ ଚୟନରେ କରାଯାଉଥିବା ଅନିୟମିତତା, ଚୟନର ମାନଦଣ୍ଡ ଓ ୩ଜଣିଆ କମିଟି ଉପରେ ନେତାମାନେ ପ୍ରଶ୍ନ ଉଠାଇବା ସହ ଏନେଇ ଜିଲା ତଥା ବ୍ଲକ ପ୍ରଶାସନ ନିର୍ଦ୍ଧିଷ୍ଟ ଭାବେ ନୀତି ନିୟମ ଓ ସ୍ୱଛତାର ସହ ହିତାଧିକାରୀ ଚୟନ ନକଲେ ଆଗାମୀ ଦିନରେ ଜିଲା ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଏହି ବୈଠକରେ ଜିଲାର ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

Comments are closed.