ପୁଣି ଦେବଦୂତ ସାଜିଲେ ଯବାନ

0

ମାଲକାନାଗିରି: ନକ୍ସଲ ପ୍ରବଣ ଇଲାକାରେ ପୁଣି ଦେବଦୂତ ସାଜିଲେ ଯବାନ । ଆଇଟିବିପି ଯବାନ ଅଦମ୍ୟ ବୀରତ୍ୱ ଏବଂ ଦୁଃସାହସିକତାର ପରିଚୟ ଦେଇ ପ୍ରସୂତିଙ୍କୁ ଦୀର୍ଘ ୭ କିମି କାନ୍ଧରେ ବୋହିଛନ୍ତି । ଏହି ଘଟଣା ମାଲକାନାଗିରି-ଛତିଶଗଡ ସୀମାନ୍ତ କୋଣ୍ତାଗାଓ ଜିଲାରେ ଦେଖିବାକୁ ମିଳିଛି । ଯବାନଙ୍କ ଏହି କାର୍ଯ୍ୟନିଷ୍ଠା ଏବଂ ଦାୟିତ୍ବଦୋଧକୁ ନେଇ ଚାରିଆଡେ ପ୍ରଶଂସା କରାଯାଉଛି । ଶୁକ୍ରବାର ସକାଳେ କୋଣ୍ଡାଗାଓ ଜିଲ୍ଲା ଅନ୍ତର୍ଗତ ହାଡଲେ ଗାଁରେ ଥିବା ୪୧ ବାଟାଲିଆନ ଆଇଟିବିପି କ୍ୟାମ୍ପର ଯବାନ ଅପରେସନ ଲାଗି ହରିଜନପଡା ଜଙ୍ଗଲକୁ ବାହାରିଥିଲେ । ଏହି ସମୟରେ ରୁକମଣି ବାଘେଲ ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣା ପାଉଥିବାର ଖବର ପାଇଥିଲେ ।
ପରେ ଯବାନମାନେ ନକ୍ସଲ ଅପରେସନ ବନ୍ଦ କରି ଆରମ୍ଭ କରିଥିଲେ ମହିଳାଙ୍କ ଜୀବନ ବଞ୍ଚାଅ ଅପରେସନ । ରାସ୍ତାରେ ଲ୍ୟାଣ୍ଡ ମାଇନର ଭୟକୁ ବେଖାତିର କରି ଯବାନମାନେ ମହିଳାଙ୍କୁ ଭାରରେ ବୋହି ହାଡଲେ ଆଇଟିବିପି କ୍ୟାମ୍ପକୁ ଆଣିଥିଲେ । ସେନା ଡାକ୍ତର ଏହି ପ୍ରସୂତି ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ପରେ ସେଠାରେ ମହିଳା ଜଣକ ଏକ ସନ୍ତାନ ଜନ୍ମ ଦେଇଥିଲେ ।

Leave A Reply