ପିନାକୀ ମିଶ୍ରଙ୍କ ବିରୋଧରେ ମାନହାନି ମାମଲା; ୫ରେ ହାଜର ପାଇଁ ସମନ

0

ନୂଆଦିଲ୍ଲୀ: ଜଣେ ଓକିଲଙ୍କ ବିରୋଧରେ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ ଆଗତ ଏକ ମାନହାନି ମାମଲାର ବିଚାର କରି ଦିଲ୍ଲୀର ପାଟିଆଲା ହାଉସ ଅଦାଲତ ବରିଷ୍ଠ ଓକିଲ ତଥା ପୁରୀ ସାଂସଦ ପୀନାକୀ ମିଶ୍ରଙ୍କୁ ସମନ ଜାରି କରିଛନ୍ତି। ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୫ରେ ସାଂସଦ ଶ୍ରୀ ମିଶ୍ର ହାଜର ହୋଇ ନିଜ ପକ୍ଷ ରଖିବେ। ଭାରତୀୟ ପିଙ୍ଗଳ ଆଇନର ଧାରା ୪୯୯ ଓ ୫୦୦ ଅନୁଯାୟୀ ପିନାକୀ ମିଶ୍ରଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇବାକୁ ଆଡଭୋକେଟ ସିର୍ଦ୍ଧାଥ ସିଂଙ୍କ ଆବେଦନକୁ ଗ୍ରହଣ କରି ଅତିରିକ୍ତ ମୁଖ୍ୟ ମେଟ୍ରୋ ପଲିଟାନ ମାଜିଷ୍ଟ୍ରେଟ ସମୀର ବିଶାଲ ସମନ ଜାରି କରିଥିଲେ। ଏକ ଜାତୀୟ ଇଂରାଜୀ ଖବରକାଗଜରେ ଗତ ଅଗଷ୍ଟ ୨୦୧୮ରେ ପ୍ରକାଶିତ ଏକ ସମ୍ବାଦରେ ସାଂସଦ ଶ୍ରୀ ମିଶ୍ର ଆଡଭୋକେଟ ସିର୍ଦ୍ଧାନ୍ତ ସିଂଙ୍କୁ ‘କୃକ’ ସମ୍ବୋଧିତ କରିଥିବା ନେଇ ପ୍ରକାଶ ପାଇଥିଲା। ଏଭଳି ଟିପ୍ପଣୀରେ ତାଙ୍କର ସମ୍ମାନ କ୍ଷୁର୍ଣ୍ଣ ହୋଇଛି ଦର୍ଶାଇ ଆଡଭୋକେଟ ସିଂ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
ପିଟିସନରେ ଆଡଭୋକେଟ ସିଦ୍ଧାର୍ଥ ସିଂ ଅଭିଯୋଗ କରିଛନ୍ତି ଯେ ଏନଜିଟିରେ ବଲବିର ସିଂ ବନାମ ଦିଲ୍ଲୀ ସରକାର ମାମଲାର ଶୁଣାଣି ବେଳେ ବିଦ୍ୟୁତ କମ୍ପାନୀ ତରଫରୁ ଆଡଭୋକେଟ ପିନାକୀ ମିଶ୍ର ନିୟୋଜିତ ହୋଇଥିଲେ। ବିଦ୍ୟୁତ କମ୍ପାନୀଗୁଡ଼ିକ ଇ-ୱେଷ୍ଟ ନିୟମାବଳୀକୁ ଖୋଲା ଖୋଲି ଉଲ୍ଲଙ୍ଗନ କରୁଥିବା ନେଇ ଅଭିଯୋଗର ଶୁଣାଣି ବେଳେ ଆଡଭୋକେଟ ମିଶ୍ର ବିଦ୍ୟୁତ କମ୍ପାନୀ ସପକ୍ଷରେ ତର୍କ ଉପସ୍ଥାପନ କରିଥିଲେ। ତେବେ ପୂର୍ବରୁ ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସହରାଞ୍ଚଳ ବିକାଶ ସଂସଦୀୟ ଷ୍ଟାଣ୍ଡିଂ କମିଟି ବିଦ୍ୟୁତ କମ୍ପାନୀ ଗୁଡିକ ଇ-ୱେଷ୍ଟ ନିୟମାବଳୀକୁ ଖୋଲା ଉଲ୍ଲଙ୍ଘନ କରୁଛନ୍ତି ବୋଲି ରିପୋର୍ଟ ଦେଇଥିଲା। ଖିଲାପୀ କମ୍ପାନୀ ଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସହରାଞ୍ଚଳ ବିକାଶ ସଂସଦୀୟ ଷ୍ଟାଣ୍ଡିଂ କମିଟି ସୁପାରିଶ ମଧ୍ୟ କରିଥିଲା। ଏହି ରିପୋର୍ଟ ସଂସଦର ଉଭୟ ଗୃହରେ ୧୦ ଅଗଷ୍ଟ ୨୦୧୭ରେ ଉପସ୍ଥାପିତ ହୋଇଥିଲା। ଏନଜିଟିରେ ଏହି ମାମଲାର ଶୁଣାଣି ବେଳେ ଆଡଭୋକେଟ ପିନାକୀ ମିଶ୍ର ମାର୍ଚ୍ଚ ୨୦୧୭ରୁ ୨୫ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ବିଦ୍ୟୁତ କମ୍ପାନୀଗୁଡ଼ିକ ପାଇଁ ଉପସ୍ଥିତ ରହି କମ୍ପାନୀ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଥିଲେ।
ତେବେ ପିନାକୀ ମିଶ୍ର ଜଣେ ପେଶାଦାର ଓକିଲ ଏବଂ ଦାୟିତ୍ୱବାନ ସାଂସଦ ଭାବେ ନିଜ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ ବିଷୟରେ ଏନଜିଟିଙ୍କୁ ନଜଣାଇ ଅନ୍ଧାରରେ ରଖିଥିଲେ ବୋଲି ପିଟିସନରେ ଅଭିଯୋଗ ହୋଇଛି। ପିନାକୀଙ୍କ ଏଭଳି ଆଚରଣକୁ ବିରୋଧ କରି ଆଡଭେକେଟ ସିଦ୍ଧାର୍ଥ ସିଂ ଆଡଭୋକେଟ ଆଇନର ଧାରା ୩୫ ୂଅନୁଯାୟୀ ଦିଲ୍ଲୀ ବାର କାଉନସେଲରେ ଅଭିଯୋଗ କରିଥିଲେ। ପରେ ଇଂରାଜୀ ଖବରକାଗଜ ଇଣ୍ଟରଭ୍ୟୁରେ ପିନାକୀ ସଂପୃକ୍ତ ଆଡଭେକେଟଙ୍କୁ ତାଛଲ୍ୟ କରି ‘କ୍ରୁକ’ କହି ଥିବା ନେଇ ପ୍ରକାଶ ପାଇଥିଲା।

Leave A Reply