ପିଜି ପାଠ୍ୟକ୍ରମ ପାଇଁ ଫର୍ମ ପୂରଣ ଆଜିଠୁ

0

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ ଆସନ୍ତାକାଲିଠାରୁ ସମସ୍ତ ପିଜି ଓ ଯୁକ୍ତ ତିନି ପାଠ୍ୟକ୍ରମ ଲାଗି ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସେମାନଙ୍କ ମାଟ୍ରିକ୍‍ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ କାଗଜାତ ପଇଠ କରି ସେମିଷ୍ଟାର ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ। ଯେଉଁଛାତ୍ରଛାତ୍ରୀ ଇଣ୍ଟରନାଲ୍‍ ପରୀକ୍ଷା ଦେଇଥିବେ ଏବଂ ମୋଟ ଉପସ୍ଥାନ ୭୫%ରୁ ଅଧିକ ରହିଥିବ ସେମାନେ ଫର୍ମ ପୂରଣ କରିପାରିବେ। ଚଳିତ ଶିକ୍ଷାବର୍ଷରେ ଛାତ୍ରସଂସଦ ନିର୍ବାଚନ, ସାମୁଦ୍ରିକ ଝଡ଼ ତିତ୍‍ଲି ଓ ଦଶହରା ଛୁଟି ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବହୁ ଛାତ୍ରଛାତ୍ରୀଙ୍କ ମୋଟ ଉପସ୍ଥାନ ୭୫%ରୁ କମ୍‍ ରହିଥିବା ଜଣାପଡ଼ିଛି।
ୟୁଜିସି ନିୟମାନୁସାରେ ଏବେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଓ ପିଜି ପାଠ୍ୟକ୍ରମ ଚଏସ୍‍ ବେସଡ୍‍ କେଡିଟ୍‍ ସିଷ୍ଟମ୍‍ ଅନୁଯାୟୀ ପ୍ରଚଳିତ ହୋଇଛି। ଏହି ନିୟମ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାବର୍ଷରେ ଦୁଇଟି ସେମିଷ୍ଟାରରେ ପାଠପଢ଼ା ହେଉଛି ଏବଂ ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ଗୋଟିଏ ସେମିଷ୍ଟାର ଶେଷ କରାଯିବାକୁ ଥିବାବେଳେ ମେ’ ସୁଦ୍ଧା ଅନ୍ୟ ଏକ ସେମିଷ୍ଟାର ସରୁଛି। ତେଣୁ ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଫର୍ମପୂରଣ ପ୍ରକ୍ରିୟା ଶେଷ ହେବ ଏବଂ ଶେଷ ସପ୍ତାହରେ ସେମିଷ୍ଟାର ପରୀକ୍ଷା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

Leave A Reply