ପାଳଙ୍ଗ କଲିଜା ମସଲା

0

ଆବଶ୍ୟକ ସାମଗ୍ରୀ
କଲିଜା – ୩୦୦ ଗ୍ରାମ
ପାଳଙ୍ଗ ଶାଗ – ୨ବିଡ଼ା
କଟା ପିଆଜ – ୨ଟି
ତେଲ – ଆବଶ୍ୟକ ଅନୁଯାୟୀ
ପେଷା ଟମାଟୋ – ୧ଟି
ଅଦା, ରସୁଣ ବଟା – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଦହି – ଅଳ୍ପ
ତେଜପତ୍ର – ଅଳ୍ପ
ଗୁଜୁରାତି, ଲବଙ୍ଗ, ଡ଼ାଲଚିନି – ଆବଶ୍ୟକ ପରିମାଣରେ
ନଡ଼ିଆ କୋରା – ଅଳ୍ପ
ଧନିଆ ପତ୍ର – ଅଳ୍ପ
କଞ୍ଚା ଲଙ୍କା – ଅଳ୍ପ
ପୋଦିନା ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଂସର କଲିଜାକୁ କାଟି ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଅଦା ରସୁଣ ବଟା, ଦହି ଗୋଳାଇ ଏକ ଘଣ୍ଟା ରଖନ୍ତୁ। ଏହା ପରେ ପାଳଙ୍ଗ ଶାଗରେ କଞ୍ଚାଲଙ୍କା, ଧନିଆ ପତ୍ର, ପୋଦିନା ପତ୍ର, ନଡ଼ିଆ କୋରା ପକାଇ ପେଷି ଦିଅନ୍ତୁ। ପେଷିବା ପରେ ଏହି ପେଷ୍ଟକୁ ଏକ ପାତ୍ରକୁ କାଢି ରଖନ୍ତୁ।
ଏବେ ଗ୍ୟାସ ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଲବଙ୍ଗ, ଡ଼ାଲଚିନି, ଗୁଜୁରାତି, ତେଜପତ୍ର,କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ଏଥିରେ ପୂର୍ବରୁ ଗୋଳାଇ ରଖିଥିବା କଲିଜାକୁ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ପାଳଙ୍ଗ ଶାଗର ପେଷ୍ଟ, ଲୁଣ ,ଅଳ୍ପ ପାଣି ଦେଇ କିଛି ସମୟ ସିଝାନ୍ତୁ। କିଛି ସମୟ ପରେ ଏଥିରେ ପେଷା ହୋଇଥିବା ଟମାଟୋ ପକାଇ ୫ ରୁ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ କଲିଜା ମସଲା।

Leave A Reply