ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ , ଜଣେ ଜବାନ ସହିଦ

ସ୍ରୀନଗର .- ଜାମ୍ମୁ-କାଶ୍ମୀରର ସୁନ୍ଦରବନୀ ସେକ୍ଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି । ଏଥିରେ ଭାରତୀୟ ସେନାର ଜଣେ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଜବାନଙ୍କ ନାମ ନାୟକ କୃଷ୍ଣ ଲାଲ । ପାକିସ୍ତାନ ତଙ୍ଗଧର ଓ କେରନ୍‌ ସେକ୍ଟରରେ ବି ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଆତଙ୍କବାଦୀଙ୍କର ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଏପରି ହୀନ ଉଦ୍ୟମ କରାଯାଇଥାଏ ।

ଭାରତୀୟ ସେନା ଏହାର କଡା ଜବାବ ଦେଇଛନ୍ତି । ଭାରତୀୟନ ସେନାର ଗୁଳି ମାଡରେ ଦୁଇ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବା ସହ ଗୁଳି ଗୋଳା ବର୍ଷଣ କରିଥିଲା । ଭାରତୀୟ ସେନା ଏହାର ଜବାବ ଦେଇଥିଲା । ଭାରତୀୟ ସେନାର ଗୋଳାବର୍ଷରେ ପାକିସ୍ତାନ ଦୁଇଟି ସୈନ୍ୟ ଶିବିର ନଷ୍ଟ ହୋଇଥିବାର ସୂଚନା ମିଳିଛି ।

ଏହା ପୂର୍ବରୁ ରିବିବାରରେ ପାକିସ୍ତାନ ପକ୍ଷରୁ ପୁଂଛ ଜିଲ୍ଲାରେ ଭାରତୀୟ ସେନା ଶିବିର ଓ ନିକଟସ୍ଥ ଗ୍ରାମ ଗୁଡିକୁ ଲକ୍ଷ୍ୟ କରି ଗୁଳି ବର୍ଷା କରାଯାଇଥିଲା । ଏଥି୍ରେ ଜଣେ ମହିଳା ଓ ଜଣେ ଶିଶୁଙ୍କ ସହ ତିନି ଜଣ ଆହତ ହୋଇଥିଲେ । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା ।

Comments are closed.