ପଶ୍ଚିମବଙ୍ଗ ମକରମପୁରସ୍ଥ ଟିଏମସି କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ:୧ମୃତ

0

କଲକାତା: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରସ୍ଥ ମକରମପୁରଠାରେ ଥିବା ଟିଏମସି କାର୍ଯ୍ୟାଳୟରେ ଗୁରୁବାର ସକାଳେ ଏକ ବୋମା ବିସ୍ଫୋରଣରେ ଜଣେ ଟିଏମସି କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ଭୟାଭୟତା ଏତେ ଭିଷଣ ଥିଲା ଯେ. କାର୍ଯ୍ୟାଳୟର କଂକ୍ରିଟ ଭାଙ୍ଗି ଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର କାରଣ ବୋମା ନା’ ଅନ୍ୟକିଛି ଏ ସମ୍ପର୍କରେ ଖୋଳତାଳ ଆରମ୍ଭ ହୋଇଛି। ଟିଏମସି ବିଧାୟକ ପ୍ରଦ୍ୟୁତ ଘୋଷ ଘଟଣାସ୍ଥଳରେ ଉପସ୍ଥିତ ରହିବା ସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ଜାରି ରହିଛି।

Leave A Reply