ପର୍ଯ୍ୟଟନସ୍ଥଳ କୁସୁମାରରେ ଆରମ୍ଭ ହେଲା ନୌଯାତ୍ରା

ଯାଜପୁର : ଯାଜପୁର ଅନ୍ୟତମ ପର୍ଯ୍ୟଟନସ୍ଥଳ କୁସୁମାର ନୀଳ ଜଳରାଶିରେ ବୁଧବାର ନୌଯାତ୍ରାର ଶୁଭାରମ୍ଭ ହୋଇଛି ।  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ରଂଜନ କୁମାର ଦାସ ଏହାକୁ  ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ।  ନୌବିହାର ପାଇଁ ଯାତ୍ରୀ ମାନଙ୍କୁ ୫୦ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡିବ ଓ ପ୍ରତ୍ୟେକ ନୈା ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ପୈାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନୌଯାତ୍ରା ଶୁଭାରମ୍ଭ ସମୟରେ ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ନୂଆବର୍ଷରେ ବୋଟିଂ ସହିତ କୁସୁମାର ସୁନ୍ଦର ପରିବେଶକୁ ଉପଭୋଗ କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା। ସନ୍ଧ୍ୟାରେ ପରିବାର ସହିତ ନୂଆ ବର୍ଷକୁ ଉପଭୋଗ କରିବା ପାଇଁ ବେଶ ଭିଡ ଦେଖିବାକୁ ମିଳିଥିଲା। ଛୋଟ ଛୋଟ ପିଲା ବିଭିନ୍ନ ପ୍ରକାରର ଦୋଳିର ମଜା ନେଉଥିବା ବେଳେ  ସେଲପିଂ ଉଠାଇ ନିଜ ସ୍ମୃତିକୁ ସାଇତିବା ପାଇଁ ଚେଷ୍ଟା କରିିଥିଲେ ।

Comments are closed.