ପତ୍ନୀଙ୍କ ସ୍ମୃତିରେ ମନ୍ଦିର

0

ହାଇଦ୍ରାବାଦ: ଶାହଜାହାଙ୍କ କାହାଣୀ କାହାକୁ ନଜଣା। ସେ ତାଙ୍କ ପତ୍ନୀଙ୍କ ସ୍ମୃତିରେ ତାଜମହଲ ପରି ସପ୍ତାଶ୍ଚର୍ଯ୍ୟ କଳାକୃତି ନିର୍ମାଣ କରି ଇତିହାସ ସୃଷ୍ଟି କରିଥିଲେ। ଆଜିର ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେବା ବାସ୍ତବରେ ବିରଳ। ଏଭଳି ବିରଳ ଘଟଣା ଦୃଶ୍ୟମାନ ହୋଇଛି ତେଲେଙ୍ଗାନାର ସିଡ଼ିପେଟ୍‍ ଜିଲାରେ। ବିଜୁଳି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଚନ୍ଦ୍ର ଗୌଡ଼ ତାଙ୍କ ପତ୍ନୀଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଚନ୍ଦ୍ର ତାଙ୍କ ପତ୍ନୀଙ୍କ ସମ୍ପର୍କ ଏତେ ନିବିଡ଼ ଥିଲା ଯେ, ତାଙ୍କ ପତ୍ନୀଙ୍କ ଅଚାନକ ବିୟୋଗରେ ଚନ୍ଦ୍ର ସମ୍ପୂର୍ଣ୍ଣ ମ୍ରିୟମାଣ ହୋଇ ପଡ଼ିଥିଲେ। ଶେଷରେ ପତ୍ନୀଙ୍କ ସ୍ମୃତିକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ଚନ୍ଦ୍ର।

କ୍ତ ଜିଲା ଅନ୍ତର୍ଗଜ ଦୁବ୍ୱକ୍କା ଅଞ୍ଚଳରେ ପତ୍ନୀ ରାଜମଣୀଙ୍କ ସ୍ମୃତିରେ ମନ୍ଦିର ନିର୍ମାଣ କରିଲେ ଚନ୍ଦ୍ର। କେବଳ ମନ୍ଦିର ନୁହେଁ ବରଂ ନିୟମିତ ମନ୍ଦିର ଆସି ପତ୍ନୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରିବା ସହ କିଛି ସମୟ ବିତାଇବା ଚନ୍ଦ୍ରଙ୍କ ନିତିଦିନର କାର୍ଯ୍ୟପନ୍ଥା ମଧ୍ୟରେ ଅନ୍ୟତମ ହୋଇଯାଇଛି। କେବଳ ଚନ୍ଦ୍ର କାହିଁକି, ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଏହି ମନ୍ଦିରକୁ ଦେଖିବାର ଆଗ୍ରହ କ୍ରମଶଃ ବଢିବାରେ ଲାଗିଥିବା ଦେଖିବାକୁ ମିଳୁଛି।

Leave A Reply