ନେଦରଲାଣ୍ଡସ୍‍ ୪ର୍ଥ ରନର୍ସଅପ

0

ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ନେଦରଲାଣ୍ଡସ୍‍ ଚତୁର୍ଥ ଥର ପାଇଁ ହକି ବିଶ୍ୱକପରେ ରନର୍ସଅପ ଆଖ୍ୟା ଅର୍ଜନ କରିଛି। ଦଳ ପୂର୍ବରୁ ୧୯୭୮ରେ ଫାଇନାଲରେ ପାକିସ୍ତାନ ନିକଟରୁ, ୧୯୯୪ ଫାଇନାଲରେ ପାକିସ୍ତାନ ନିକଟରୁ ଓ ୨୦୧୪ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା। ଏଥିସହତି ନେଦରଲାଣ୍ଡସ୍‍ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସଅପ ହୋଇଛି। ନେଦରଲାଣ୍ଡସ୍‍ ୧୯୭୩ ଦ୍ୱିତୀୟ ସଂସ୍କରଣରେ ପ୍ରଥମ ଥର ପାଇଁ ଫାଇନାଲରେ ପେନାଲ୍ଟି ସୁଟ୍‍ଆଉଟ୍‍ରେ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ୧୯୯୦ରେ ଆୟୋଜିତ ସପ୍ତମ ସଂସ୍କରଣ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଦ୍ୱିତୀୟ ଟାଇଟଲ ହାସଲ କରିଥିଲା। ୧୯୯୮ରେ ଆୟୋଜିତ ନବମ ସଂସ୍କରଣ ଫାଇନାଲରେ ସ୍ପେନକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କରିଥିଲା। ଦଳ ଚଳିତ ସଂସ୍କରଣରେ ପୁଲ-ଡିରେ ସ୍ଥାନ ପାଇଥିବା ନେଦରଲାଣ୍ଡସ୍‍ ୭-୦ ଗୋଲରେ ମାଲେସିଆକୁ , ୫-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଥିବାବେଳେ ଜର୍ମାନୀ ନିକଟରୁ ୧-୪ ଗୋଲରେ ପରାଜିତ ହୋଇଥିଲା। କ୍ରସ ଓଭରରେ ୫-୦ ଗୋଲରେ କାନାଡ଼ାକୁ ପରାସ୍ତ କରି କ୍ୱାର୍ଟରକୁ ଉନ୍ନୀତ ହୋଇଥିଲା। କ୍ୱାର୍ଟର ଫାଇନାଲାରେ ୨-୧ ଗୋଲରେ ଭାରତକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲରେ ସଡନଡେଥରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ଫାଇନାଲରେ ବେଲଜିୟମ ନିକଟରୁ ସଡନଡେଥ୍‍ରେ ପରାସ୍ତ ହୋଇଥିଲା।

୧୦୦ ବିଶ୍ୱକପ ମ୍ୟାଚ ଖେଳିଲା ନେଦରଲାଣ୍ଡସ୍‍

ବିଶ୍ୱକପରେ ପ୍ରଥମ ଦଳ ଭାବେ ନେଦରଲାଣ୍ଡସ୍‍ ୧୦୦ତମ ମ୍ୟାଚ ଖେଳିବାରେ ସକ୍ଷମ ହୋଇଛି। ରବିବାର କଳିଙ୍ଗ ଷ୍ଟାଡ଼ିୟମରେ ବେଲଜିୟମ ବିପକ୍ଷ ଫାଇନାଲ ମ୍ୟାଚରେ ଏହି ମାଇଲଖୁଟଂ ଛୁଇଁଛି। ନେଦରଲାଣ୍ଡସ ତଳକୁ ଭାରତ ୯୫, ସ୍ପେନ ୯୪, ଇଂଲଣ୍ଡ ୯୪ ଓ ଓ ଅଷ୍ଟ୍ରେଲିଆ ୯୨ଟି ମ୍ୟାଚ ଖେଳିଛନ୍ତି।

Leave A Reply