ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜର ସୁବର୍ଣ୍ଣ ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ରାଜ୍ୟ ସରକାରଙ୍କ ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାନ୍ୟତାପ୍ରାପ୍ତ ସମ୍ବଲପୁରର ନେତାଜୀ ସୁଭାଷଚନ୍ଦ୍ର ବୋଷ କଲେଜର ସୁବର୍ଣ୍ଣ ଜୁବୁଲି ସମାରୋହ ପାଳନ କରାଯିବ । ଏଥିପାଇଁ ଗତକାଲି କଲେଜ ପରିସରରେ ଅଧ୍ୟକ୍ଷ ଡ. ଦୁର୍ଲଭ କୁମାର ସାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ୧୯୭୨ରେ ସ୍ଥାପିତ ଏହି ଶିକ୍ଷାୟତନର ସୁବର୍ଣ୍ଣ ଜୁବୁଲି ପାଳନ ପାଇଁ ଶିକ୍ଷା ଅଧିକାରୀ, କର୍ମଚାରୀ, ଏହାର ପୁରାତନ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାମାନେ ବୈଠକରେ ମତାମତ ଦେଇଥିଲେ । ଆସନ୍ତା ଜୁଲାଇ ମାସରେ ସମାରୋହର ଉଦ୍‌ଘାଟନ ଏବଂ ଆସନ୍ତା ବର୍ଷ ଜାନୁଆରୀ ୨୩ ତାରିଖରେ ସମ୍ବତ୍ସର ପାଳନ ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା ।

ଅଧ୍ୟକ୍ଷ ଡ. ସା ବରିଷ୍ଠ ଓଏଏସ୍‌ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ପ୍ରଦୀପ କୁମାର ଦାଶ, ସିଦ୍ଧାର୍ଥ ସାହା, ଜୟଶଙ୍କର ମିଶ୍ର, ସରୋଜ କୁମାର ସାହୁ, ପରବେଜ୍‌ ଅଲ୍ଲୀ ଖାନ୍‌, ହୀରାଲାଲ ବେହେରା, ସଂଜୀବ ଗର୍ଡିଆ, ମହେଶ ପଟେଲ ପ୍ରମୁଖଙ୍କୁ ନେଇ ଏକ କୋର୍‌ କମିଟି ଗଠନ କରାଯାଇଥିଲା । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ନୀତେଶ ଗଙ୍ଗଦେବ, ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ନାଉରୀଚନ୍ଦ୍ର ନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ କୁମୁଦିନୀ ନାୟକଙ୍କୁ ପୃଷ୍ଠପୋଷକ, ଅନିରୁଦ୍ଧ ପ୍ରଧାନଙ୍କୁ ସମାରୋହ କମିଟି  ଚେୟାରମେନ୍‌, ଡ. ଶ୍ୟାମ ଭୋଇ ଭାଇସ୍‌ ଚେୟାରମେନ୍‌, ଅଧ୍ୟକ୍ଷ ଡ. ସା ସଭାପତି, ପ୍ରଦୀପ କୁମାର ଦାଶ କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ରହିବେ ବୋଲି ସ୍ଥିର କରାଯାଇଛି ।

ସେହିଭଳି ଡ. ଆର୍‌.ଏମ୍‌. ନାଏକ, ସରୋଜ ସାହୁ, ସିଦ୍ଧାର୍ଥ ସାହା ଏବଂ ମନୋଜ ମହାପାତ୍ର   ଉପସଭାପତି, ଜୟଶଙ୍କର ମିଶ୍ର କୋଷାଧ୍ୟକ୍ଷ, ବୀରେନ୍ଦ୍ର ଦିକ୍ଷୀତ ଉପକୋଷାଧ୍ୟକ୍ଷ, ଡ. ବିଶ୍ୱମୋହନ ଜେନା, ହୀରାଲାଲ ବେହେରା, ପରବେଜ୍‌ ଅଲ୍ଲୀଖାନ୍‌ ସଂଗଠନ ସଂପାଦକ, ପ୍ରମୋଦ କୁମାର ମିସ୍ତ୍ରୀ, ଦୀପକ କୁମାର ସାମଲ, ଏଚ୍‌ପି ନନ୍ଦ, ପୂର୍ଣ୍ଣେନ୍ଦୁ ପଣ୍ଡା ସମ୍ପାଦକ ମନୋନୀତ ହୋଇଥିଲେ । ଏତଦ୍‌ ବ୍ୟତୀତ ମନୋଜ ପୁରୋହିତ, ଦେବାଶୀଷ ଦାଶ, ସୌରଭ ଦାଶ, ସଂଜୟ ବାରିକ୍‌, ନିରଂଜନ ରାଉତ, ପ୍ରଦୀପ ବହିଦାର, ଶୋଭନ୍‌ ବେହେରା, ପ୍ରଭାତୀ ବେହେରା, ଜଗଦୀଶ ପୁରୋହିତଙ୍କୁ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ସାଂସ୍କୃତିକ, ସ୍ମରଣିକା ପ୍ରକାଶନ ପ୍ରଭୃତି କାର୍ଯ୍ୟ ପାଇଁ କମିଟିମାନ ଗଠନ କରାଯାଇଛି । ଆସନ୍ତା ମାସ ସମାରୋହ ପାଳନ ପାଇଁ ଆଉ ଏକ ପରିବର୍ଦ୍ଧିତ ବୈଠକ କରାଯିବ ବୋଲି ଜଣାଯାଇଛି ।

Comments are closed.