ନୀରବ ମୋଦିଙ୍କ ୫ମିଲିୟନ ଆଦାୟ ପାଇଁ ହଂକଂରେ ପିଏନବି

0

ନୂଆଦିଲ୍ଲୀ: ପଞ୍ଜାନ ନ୍ୟାସନାଲ ବ୍ୟାଙ୍କଠାରୁ ରୂଣ ନେଇ ଫେରାର ଥିବା ନୀରବ ମୋଦିଙ୍କ ହଂକଂ ବ୍ୟାଙ୍କରେ ଥିବା ୫ମିଲିୟନ ଡଲାରକୁ ହେପାଜତକୁ ନେବା ପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। ନୀରବ ମୋଦିଙ୍କ ଫାୟାର ଷ୍ଟାର ଡାଇମଣ୍ଡ ଓ ଫାୟାର ଷ୍ଟାର ଡାଇମଣ୍ଡ ଇଣ୍ଟେନ୍ୟାସନାଲ ନାମରେ କୋର୍ଟ ଆଦେଶକୁ ଭିତ୍ତି କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏ ସମ୍ପର୍କରେ ଶନିବାର ହଂକଂ ଖବରକାଗଜରେ ନୀରବ ମୋଦିଙ୍କ ନାମରେ ଥିବା ଟଙ୍କାକୁ ଜବତ୍‌ କରିବାକୁ ଉଚ୍ଚ ନ୍ୟାୟାଳୟର କୋର୍ଟ ନିର୍ଦେଶକକୁ ଛପା ଯାଇଛି। ଇଣ୍ଡିଆ ଟୁଡ଼େ ଦ୍ୱାରା ମିଳିଥିବା ଏକ ତଥ୍ୟ ଅନୁଯାୟୀ ନୀରବ ମୋଦି ସମ୍ପ୍ରତ୍ତି ହଂକଂରେ ବ୍ୟବସାୟ ଆରମ୍ଭ କରିବା ସହ ସେଠାକାର ବ୍ୟାଙ୍କ ମାଧ୍ୟମରେ କାରବାର କରୁଛନ୍ତି।

Leave A Reply