ନିଶାପାନ କରି ଶ୍ରେଣୀଗୃହକୁ ଆସିଥିବା ଶିକ୍ଷକ ନିଲମ୍ବିତ

ରାୟପୁର .- ନିଶାପାନ କରି ଶ୍ରେଣୀଗୃହକ ଆସିଥିବା  ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।  ଛତିଶଗଡ ଜଶପୁର ଜିଲ୍ଲାର  ଜିଲ୍ଲାପାଳ ନିଲେଶକୁମାର ମାଦେବ କ୍ଷୀରସାଗର ଏହି ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।  ତୁରଙ୍ଗଖାର ପ୍ରାଥମିକ ବିଦ୍ୟାଳୟର  ଶିକ୍ଷକ ଅଜୟଦାନ ମିଞ୍ଜ  ନିଶାପାନ କରି ଶ୍ରେଣୀ ଗୃହ ଆସିଥିଲେ ।

 

ସେ ପାଠ  ନପ ପଢାଇବା ସହ ଅସ୍ୱାଭାବିକ ଆଚରଣ କରିଥିଲେ ।  ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ  ଅଜୟଙ୍କୁ ନିଲମ୍ବିତ କରାଯାଇଛି।  ସେହି ଦିନ ଗ୍ରାମବାସୀଙ୍କ ସହ ଅଜୟ ନିଶାଗ୍ରସ୍ତ ଅବସ୍ଥାରେ ଯୁକ୍ତିତର୍କ କରିଥିଲେ । ଏହା ସହ ଶ୍ରେଣୀଗୃହରେ ମୁଣ୍ଡ ତଳକୁ କରି ଶୋଇ ରହିଥିଲେ ।

 

Comments are closed.