ନିଖୋଜ ଆକାଉଣ୍ଟସ୍‍ ଅଫିସରଙ୍କ ଗଳିତ ଶବ ଉଦ୍ଧାର

0

ଗୋପାଳପୁର: ନିଖୋଜ ଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆକାଉଣ୍ଟ ଅଫିସର ତଥା ସହକାରୀ ରେଜିଷ୍ଟ୍ରାର ଫିଲମେନ ଶବରଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ୬ ଦିନ ହେବ ସେ ନିଖୋଜ ଥିବା ବେଳେ ଚମାଖଣ୍ଡି ଥାନା ପୁଲିସ ବୁଧବାର କରାପଲୀ-ଜଗନ୍ନାଥପୁର ରାସ୍ତାରେ ଥିବା ଏକ ନାଳରୁ ଫିଲମେନଙ୍କ ପଚାସଢା ଗଳିତ ମୃତଦେହକୁ ଜବତ କରିଛି।ଫିଲମେନଙ୍କୁ ହତ୍ୟା କରାଯାଇଛି ନାଁ ସେ ନାଳରେ ପଡ଼ି ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୁଚନାଥାଉକି, ଫିଲମେନଙ୍କ ନିଜ ଘର ଗଜପତି ଜିଲା ଗୁମ୍ମା ଅଞ୍ଚଳରେ ହୋଇଥିବା ବେଳେ ସେ ୧୯୮୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରି ଆସୁଥିଲେ। ନିଜ ପରିବାର ସହ ଭଞ୍ଜବିହାର ପରିସରରେ ଥିବା ହେଡ୍‍ ଆସିଷ୍ଟାଣ୍ଟ କଲୋନୀର ଇ-୧୨ ନଂ କ୍ୱାଟରରେ ସେ ରହୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ଫିଲମେନ କ୍ୱାର୍ଟରରୁ ବାହାରି ଆଉ ଘରକୁ ଫେରିନଥିଲେ। ବହୁ ଖୋଜା ଖୋଜି ପରେ ତାଙ୍କର ପତ୍ତା ନମିଳିବାରୁ ୨୩ ତାରିଖରେ ଫିଲମେନଙ୍କ ପତ୍ନୀ ସୁଷମା ଭଞ୍ଜବିହାର ଫାଣ୍ଡିରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ।
ବୁଧବାର ଅପରାହ୍ନରେ ଗୌଡ଼ଗାଁର କିଛି ମଇଁଷି ଚରାଳି ନାଳ ନିକଟରେ ଏକ ପଚାସଢା ଶବ ପଡ଼ିଥିବା ନେଇ ଅଞ୍ଚଳବାସୀଙ୍କୁ ଖବର ଦେଇଥିଲେ। ପରେ ସୁଷମା ସେଠାରେ ପହଞ୍ଚି ଫିଲମେନଙ୍କ ଶବକୁ ଚିହ୍ନଟ କରିବା ସହ ଭଞ୍ଜବିହାର ଫାଣ୍ଡିକୁ ଜଣାଇଥିଲେ। ଘଟଣାସ୍ଥଳରେ ଉଭୟ ଗୋପାଳପୁର ଥାନା ଓ ଚମାଖଣ୍ଡି ଥାନା ପୁଲିସ ପହଞ୍ଚିଥିଲେ ମଧ୍ୟ ସେହି ଅଞ୍ଚଳ କେଉଁ ଥାନା ଅଧିନରେ ଯାଉଛି ତାହା ଜଣାନପଡ଼ିବାରୁ
ଉଭୟ ଥାନା ଏହି କେସ୍‍କୁ ନେବାକୁ ଅମଙ୍ଗ ହୋଇଥିଲେ। ଶେଷରେ ଚମାଖଣ୍ଡି ପୁଲିସ ପଞ୍ଚନାମା କରି ଶବ ବ୍ୟବଛେଦ ବ୍ୟବସ୍ଥା କରିଥିଲା।
ନିଖୋଜ ଆକାଉଣ୍ଟସ୍‍ ଅଫିସରଙ୍କ…

Leave A Reply