ନିଆଁରେ ପୋଡି ହୋଇ ମହିଳା ଓ ୯ ମାସ ଶିଶୁ ମୃତ

0

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ତେଲବିଲା ଗ୍ରାମରେ ଜଣେ ମହିଳା ଓ ତାଙ୍କ ୯ମାସର ଶିଶୁ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି। ତେଲବିରା ଗ୍ରାମର ସୁନାରାମ ସିଂଙ୍କ ପତ୍ନୀ ଠାକୁର ମଣି ସିଂ ଓ ତାଙ୍କ ଶିଶୁ ସୋମବାର ଦିନ ନିଆଁରେ ପୋଡି ହୋଇଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି। ଦେହରେ କିରୋସିନୀ ଢାଳି ଜଳି ଯାଇଥିବାରୁ ମହିଳା ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ମହିଳାଙ୍କ ସ୍ୱାମୀ ସୁନାରାମ ସିଂ କହିଛନ୍ତି ଯେ, ତାଙ୍କ ପତ୍ନୀ ମାନସିକ ରୋଗୀ ଥିଲେ। ସୋମବାର ରାତିରେ ସେ ତାଙ୍କ ପିଉସୀଙ୍କ ଘର ବାଲିମୁଣ୍ଡଳୀରେ ଥିବା ବେଳେ ଏହି ଅଘଟଣ ଘଟିଥିଲା।

Leave A Reply