ଧାରା ୩୭୦ ସମ୍ପର୍କିତ ସାନି ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସ୍ୱୟଂଶାସିକ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ର ବୈଧତାକୁ ଚାଲେଞ୍ଜ କରି ଦାୟର ସାନି ଏକ ପିଟିସନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏ ପ୍ରସଙ୍ଗରେ ପୂର୍ବରୁ ପିଟିସନ ଦାୟର କରାଯାଇଛି ଓ ଏହା ବିଚାରାଧୀନ ରହିଛି। ତେଣୁ ମାମଲାର ଆବେଦନକାରୀଙ୍କ ସଂଖ୍ୟା ବଢାଇବା ଉଦ୍ଦେଶ୍ୟରେ ଏପରି ଆବେଦନ କରାଯାଇଛି। ଓକିଲ ବିଜୟ ମିଶ୍ର ଓ ସନ୍ଦୀପ ଲାମ୍ବାଙ୍କ ପକ୍ଷରୁ ଏହି ପିଟିସନ ଦାୟର କରାଯାଇଥିବାବେଳେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଓ ଜଷ୍ଟିସ ଅଜୟ ରୋସ୍ତଗି ଏହାକୁ ଅଗ୍ରାହ୍ୟ କରିଛନ୍ତି। ମାମଲାର ସମ୍ବେଦନଶୀଳତାକୁ ଆଧାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହାର ଶୁଣାଣିକୁ ଆସନ୍ତାବର୍ଷ ଏପ୍ରିଲକୁ ସ୍ଥଗିତ ରଖିଛନ୍ତି।

Leave A Reply