ଧାମରାରେ ‘ମନ୍ତେଇର ସ୍ୱର’ ପୁସ୍ତକ ଉନ୍ମୋଚିତ

ଧାମରା:ଧାମରାଇ ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ପ୍ରଗତିଶୀଳ ସାହିତ୍ୟ ପରିଷଦର ବାର୍ଷିକ ମୁଖପତ୍ର ‘ମନ୍ତେଇର ସ୍ୱର’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। କରୋନା କଟକଣାକୁ ମାନି ମନ୍ତେଇର ସ୍ୱରର ତୃତୀୟ ବର୍ଷର ତୃତୀୟ ସଂଖ୍ୟାକୁ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସ ଉଦଘାଟନ କରିଥିଲେ। ଧାମରା ଅଞ୍ଚଳରେ ଆଗାମୀ ଦିନରେ ସାହିତ୍ୟ ସାଧନା ଜାରି ରଖିବା ସହ ସ୍ଥାନୀୟ ଅଞ୍ଚଳରେ ଗଢି ଉଢିଥିବା ଛୋଟ ଛୋଟ ସାହିତ୍ୟ ଆସରକୁ ସମସ୍ତ ସାହିତ୍ୟିକଙ୍କୁ ଡକାଯାଇ ସାହିତ୍ୟ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ। ସେହିପରି ସଭାପତି ତଥା ବାଂଶଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଗଜେନ୍ଦ୍ର ପ୍ରସାଦ ପାତ୍ର, ସଂପାଦକ ସୁବାଷ ମହାନ୍ତି, ଅଞ୍ଚନ କୁମାର ମଲିକ, ତ୍ରିଲୋଚନ ବେହେରା, ଦେବବ୍ରତ ସାହୁ, ସୁକାନ୍ତ ସେଠୀ, ବାଇଧର ମହାଳିକ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସୁବାଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

ଏହି ଅବସରରେ ପ୍ରଥମେ ପଦ୍ମଭୂଷଣ ପ୍ରଫେସର ମନୋଜ ଦାସ, ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ, ସଂଗୀତଜ୍ଞ ଶାନ୍ତନୁ ମହାପାତ୍ର, ପଦ୍ମବିଭୂଷଣ ସ୍ଫପତି ରଘୁନାଥ ମହାପାତ୍ର, ସାମ୍ବାଦିକ ବସନ୍ତ ଦାସ, ଅରିନ୍ଦମ ଦାସ, କବି ଶୁଭେନ୍ଦୁ ମୁଣ୍ଡା, ସଂଗୀତଜ୍ଞ ତପୁ ମିଶ୍ର, ସାମ୍ବାଦିକା ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ମନୋରମା ମହାପାତ୍ରଙ୍କ ଅକାଳ ବିୟୋଗରେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା।

Comments are closed.